ସାମ୍ପ୍ରତିକ ସମୟରେ ମୃତ୍ତିକା ସୁରକ୍ଷା

ଡି ଶୁଭମ

 

ମାଟି ନ ଥିଲେ ଚାଷ ନ ଥାନ୍ତା। ଆଉ ଚାଷ ନ ଥିଲେ ଜୀବ ନ ଥାନ୍ତା। ଏକଥା କାହାକୁ ବା ଅଜଣା। ମାଟିକୁ ମା’ ବୋଲି ଅଭିହିତ କରାଯାଏ। ଏଇଠାରୁ ହିଁ ଜୀବନ ଜିଇବାର ଅଧ୍ୟାୟ ଆରମ୍ଭ ହୁଏ। ମାଟି ଚାଷର ଅନ୍ତୁଡ଼ିଶାଳ। ମାଟିର ଉର୍ବରତା ବୃଦ୍ଧି ହିଁ ଉତ୍ପାଦନର ହାରକୁ ଦ୍ୱିଗୁଣିତ କରେ। ପରନ୍ତୁ ସାମ୍ପ୍ରତିକ ସମୟରେ ଅନେକ ସମସ୍ୟା ହେତୁ ମୃତ୍ତିକାର ଉର୍ବରତା ହାର ହ୍ରାସ ପାଇବା ସହ ଉତ୍ପାଦକତା କମୁଛି। ମୃତ୍ତିକା ଖଣିଜ ଲବଣ, ପାଣି, ବାୟୁ, ଜୈବିକ ପଦାର୍ଥ ତଥା ଅଣୁଜୀବମାନଙ୍କ ସମାହାରରେ ଗଠିତ। କହିବାକୁ ଗଲେ ଏହି ପାଞ୍ଚଟି ଉପାଦାନକୁ ନେଇ ମାଟିର ସଂଜ୍ଞା ନିରୂପଣ କରାଯାଏ। ଭାରତର ମୋଟ ଭୌଗୋଳିକ କ୍ଷେତ୍ର (ପାଖାପାଖି ୩୨୮.୭ ନିୟୁତ ହେକ୍ଟର)ର ୨୯% (୯୬ ନିୟୁତ ହେକ୍ଟର) ଏଯାବତ୍‌ ନଷ୍ଟ ହୋଇଛି। ଏ ସମ୍ବନ୍ଧୀୟ ବିଭିନ୍ନ କାରଣ ଏଠାରେ ଉପସ୍ଥାପନ କରୁଛି।
ମୃତ୍ତିକାରେ ଲବଣୀକରଣ ବା ସାଲିନିଟି ଏକ ପ୍ରମୁଖ ସମସ୍ୟା। ଏହା ଫସଲ ବଢ଼ିବାକୁ ଠିକ୍‌ ଭାବରେ ଦିଏ ନାହିଁ। ଲବଣ ଜମିରେ ଫସଲର ଅମଳ ପରିମାଣ କମାଇଦେଇଥାଏ। ତେଣୁ ଏହାକୁ କିପରି ଠିକ୍‌ ଭାବରେ ସମାଧାନ କରାଯାଇପାରିବ, ମୃତ୍ତିକାରେ ଲବଣର ପରିମାଣକୁ ଅନୁପାତ ଅନୁସାରେ ରଖାଯାଇପାରିଲେ ଫସଲର ଗୁଣାତ୍ମକ ମାନ ବୃଦ୍ଧି ହୋଇପାରିବ। ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ୧୯୯୦ରୁ ୨୦୧୪ ମସିହା ମଧ୍ୟରେ ପାଖାପାଖି ୫୦୦୦ଏକର ଜମି ଏହି ଲବଣୀକରଣ ସମସ୍ୟା ଯୋଗୁ ନଷ୍ଟ ହୋଇଛି। ତେଣୁ ଆଜିର ଦିନରେ ଏ ଲବଣୀକରଣର ସମାଧାନ ଏକ ଆହ୍ବାନ।
ଚାଷୀଭାଇମାନେ ଜମିରେ ରାସାୟନିକ ସାର ପ୍ରୟୋଗ କରି ଅଧିକ ଫସଲ ଅମଳ କରିପାରୁଥିଲେ ମଧ୍ୟ ମାଟିର ଉର୍ବରତା ପ୍ରତି ସାଧାରଣତଃ ଦୃଷ୍ଟି ଦିଅନ୍ତି ନାହିଁ। କାରଣ ରାସାୟନିକ ସାର ଫସଲକୁ ତା’ର ଆବଶ୍ୟକତା ଅନୁସାରେ ସମସ୍ତ ପୋଷକ ତତ୍ତ୍ୱ ପ୍ରଦାନ କରିପାରିଲେ ମଧ୍ୟ ଏହି ଉର୍ବରତା କ୍ଷଣସ୍ଥାୟୀ ହୋଇଥାଏ। ୧୯୭୩, ୧୯୮୫ ଏବଂ ୨୦୦୬ରେ ଯଥାକ୍ରମେ ୩୧, ୩୮ଏବଂ ୫୬ ଟନ୍‌ ହେକ୍ଟର ପ୍ରତି ମୃତ୍ତିକା କ୍ଷୟ ବୃଦ୍ଧି ପାଇଲା। ମାଟିର ଉର୍ବରତା ବଜାୟ ରଖିବା ପାଇଁ ରାସାୟନିକ ସାରର ସମୁଚିତ ପ୍ରୟୋଗ କରିବା ସଙ୍ଗେସଙ୍ଗେ ଜମିରେ ଜୈବିକ ସାର ମଧ୍ୟ ପ୍ରୟୋଗ କରାଯିବା ନିତାନ୍ତ ଆବଶ୍ୟକ। ସମ୍ପ୍ରତି ଦେଶରେ ୧୨୦.୭ ମିଟର ହେକ୍ଟର ଚାଷ ଜମି ଅବନତି ଦ୍ୱାରା ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୮୫.୭ ମିଟର ହେକ୍ଟର ଜମି ଜଳ ଏବଂ ପବନ ଦ୍ୱାରା ମୃତ୍ତିକା କ୍ଷୟ ହୋଇଛି। ୨୦୦୧ରୁ ୨୦୨୧ପର୍ଯ୍ୟନ୍ତ ଜଙ୍ଗଲ ନଷ୍ଟ, ମାତ୍ରାଧିକ ବର୍ଷା, ଗୋରୁ ତଥା ଅଧିକ ସାରର ବ୍ୟବହାର ମଧ୍ୟ ଅନ୍ୟାନ୍ୟ କାରଣ ମଧ୍ୟରେ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସମୟରେ ଆଶାତୀତ ଭାବରେ ଯେପରି ରାସାୟନିକ ସାର ବ୍ୟବହାର କରାଯାଉଛି ଏହା ମୃତ୍ତିକାର ମାନ ହ୍ରାସ କରିବା ସହ ଆମ ଶରୀରର ବି ହାନି କରୁଛି ଏକଥାକୁ ବୁଝିବାର ସମୟ ଆସିଛି। ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀମାନେ ଉତ୍ପାଦିତ ଫସଲକୁ ଠିକ୍‌ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରି ମଧ୍ୟ ବିଫଳ ହୁଅନ୍ତି। କିଛିବର୍ଷ ହେବ ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସମୟ ଥିଲା ଖରାଦିନେ ଖରା, ବର୍ଷା ଦିନେ ବର୍ଷା ଆଉ ଶୀତ ଦିନେ ଶୀତ – ଏସବୁ ଠିକ୍‌ ଭାବରେ ଲୋକେ ଅନୁଭବ କରିପାରୁଥିଲେ। ଆଜି ଆମେ ଆଷାଢ଼ର ଧାରା ଶ୍ରାବଣ ସମୟରେ ନିଦାଘର ତାପକୁ ଅନୁଭବ କରୁଛୁ। ଜଳବାୟୁ ପରିବର୍ତ୍ତନ କୃଷିକୁ ଏବେ ଏକ ଅବନତି ଦିଗରେ ଟାଣି ନେଲାଣି।
ଜୈବ ବିବିଧତା ମୃତ୍ତିକା ଗଠନରେ ସାହାଯ୍ୟ କରେ। ଏହା ଭୂତଳ ଜଳ ସଂରକ୍ଷଣ, ମାଟିର ସଂରଚନା, ଗଠନ, ଉର୍ବରତାଠାରୁ ଆରମ୍ଭ କରି ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ନେଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ମୃତ୍ତିକାର ପରିଚାଳନା ପରସ୍ପର ସହ ଜଡିତ ପ୍ରକ୍ରିୟା। ଗ୍ଲୋବାଲ ୱାର୍ମିଂ – ଏବେ ଏକ ପରିଚିତ ଶବ୍ଦ। ଆମେ ଏହା ବିଷୟରେ ଏବେ ପାଠ ପଢ଼ୁଛନ୍ତି କିନ୍ତୁ ଏହାର କୁପ୍ରଭାବ ବିଷୟରେ ଅବଗତ ହେବା ବି ସେତିକି ଜରୁରୀ। କାରଣ ଗ୍ଲୋବାଲ ୱାର୍ମିଂ ଆମ ଜଳବାୟୁ ପରିବର୍ତ୍ତନର ପ୍ରଥମ ଓ ମୁଖ୍ୟ କାରଣ। ମୃତ୍ତିକାର ଗୁଣବତ୍ତା ହ୍ରାସ ହେବା ସହ ତାପମାତ୍ରା, ବର୍ଷାର ପରିମାଣ ଏବଂ ରୋଗ ପୋକର ଅଚାନକ ବୃଦ୍ଧି ଏସବୁର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ। ଏହାର ପ୍ରଭାବ ବି ମାଟିର ଗଠନ ଉପରେ ପଡ଼ିବା ଯୋଗୁ ତାହା ପ୍ରଭାବିତ ହେଉଛି।
ଏସବୁକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ ମୃତ୍ତିକା କ୍ଷୟ ଏକ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାକୁ ଯାଉଛି। କାରଣ ମାଟି ନ ଥିଲେ ଚାଷର ପରିକଳ୍ପନା କରିବା ଏକ ଅସମ୍ଭବ ବ୍ୟାପାର। ତେଣୁ ମୃତ୍ତିକା ସୁରକ୍ଷା ଦିଗରେ ସଭିଏ ଆଗଭର ହେବା ଆବଶ୍ୟକ। ପରିବେଶ ସ୍ଥିରତା ପାଇଁ ମୃତ୍ତିକା ସଂରକ୍ଷଣ ହେଉଛି ଚାବିକାଠି। ଏହା ପ୍ରାକୃତିକ ସମ୍ପଦକୁ ସୁରକ୍ଷା କରିବାରେ ସାହାଯ୍ୟ କରେ, ଉଦ୍ଭିଦ ଏବଂ ବନ୍ୟଜନ୍ତୁଙ୍କ ପାଇଁ ବାସସ୍ଥାନ ପୁନରୁଦ୍ଧାର କରେ, ଜଳର ଗୁଣବତ୍ତା ଉନ୍ନତ କରେ ଏବଂ ମୃତ୍ତିକାକୁ ସୁସ୍ଥ କରିଥାଏ। ନୋ-ଟିଲ୍‌ ଚାଷ ଉଚ୍ଚ ତାପମାତ୍ରା ହେତୁ ମୃତ୍ତିକାକୁ ଆର୍ଦ୍ରତା କ୍ଷୟରୁ ରକ୍ଷା କରିଥାଏ କାରଣ କଭର କ୍ରପ୍‌ ବା ଆଚ୍ଛାଦିତ ଫସଲର ଅବଶିଷ୍ଟ ଅଂଶ ମାଟି ପୃଷ୍ଠରେ ରହିଥାଏ। ଅବଶିଷ୍ଟ ସ୍ତର ମଧ୍ୟ ମାଟିରେ ଜଳ ପ୍ରବେଶ କରିବାରେ ସାହାଯ୍ୟ କରେ ଏବଂ ମାଟିକୁ ଆହୁରି ସମୃଦ୍ଧ କରିଥାଏ ।
ଏହା ସହ ଟେରାସ୍‌ ଚାଷ ହେଉଛି ଏକ କୃଷି ଅଭ୍ୟାସ, ଯାହା ଫସଲ ପାଇଁ ଜଳଧାରଣ ପ୍ରଣାଳୀ ସୃଷ୍ଟି କରେ। ଏହା ଦ୍ୱାରା ବର୍ଷା ଜଳ ପୁଷ୍ଟିକର ଖାଦ୍ୟ ଏବଂ ଉଦ୍ଭିଦକୁ ଗୋଟିଏ ଟେରାସ୍‌ରୁ ଅନ୍ୟ ସ୍ଥାନକୁ ନେଇଥାଏ, ତେଣୁ ମାଟି ସୁସ୍ଥ ରହିଥାଏ। ଟେରାସ୍‌ ଚାଷ ମଧ୍ୟ ମୃତ୍ତିକା କ୍ଷୟକୁ ହ୍ରାସ କରିଥାଏ ଏବଂ ମୃତ୍ତିକା ଉତ୍ପାଦକତାକୁ ବୃଦ୍ଧି କରିଥାଏ। ଏହା ସହ ବଫର ଷ୍ଟ୍ରିପ୍‌ତ୍‌, କଣ୍ଟୋର ଚାଷ, ଫସଲ ଘୂର୍ଣ୍ଣନ ବା କ୍ରପ୍‌ ରୋଟେଶନ୍‌ ପରି ବିଭିନ୍ନ ଉପାୟ ଅବଲମ୍ବନ କରି ଆମେ ମାଟିକୁ ରକ୍ଷା କରିପାରିବା। ଏ ଦିଗରେ ସମସ୍ତଙ୍କର ମିଳିତ ସହଭାଗିତା ଏକାନ୍ତ ଆବଶ୍ୟକ। କାରଣ ମାଟି ରହିଲେ ଜୀବ ବଞ୍ଚିବାର ରାହା ପାଇବ। ପୁଣିଥରେ ପରିବେଶ ସବୁଜିମାର ମହକରେ ମହକି ଉଠିବ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ : ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri