ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ

ପଟ୍ଟାମୁଣ୍ଡାଇ, ୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ଗ୍ରାମସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ବିକ୍ରି କରାଯାଉଛି। ପଟ୍ଟାମୁଣ୍ଡାଇ ତହସିଲ ଅଧୀନରୁ ପ୍ରତିଦିନ ଏପରି ଭାବେ ଲକ୍ଷାଧିକ ଟଙ୍କାର ରାଜସ୍ବ ଲୁଟ୍‌ ହେଉଛି। ହେଲେ ତହସିଲଦାର ସବୁ ଜାଣି ନୀରବ ରହିଥିବା ଅଭିଯୋଗ ହୋଇଛି। ବେଆଇନ ମାଟି ଉଠାଣ ନେଇ ସ୍ଥାନୀୟ ଅଞ୍ଚଳବାସୀ ଉପଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ବ୍ରାହ୍ମଣୀ ନଦୀ ପାଳରୁ ବଡ଼ ଗର୍ତ୍ତ କରାଯାଇ ପ୍ରତଦିନ ଶତାଧିକ ଟ୍ରିପ୍‌ ମାଟିବାଲି ଉଠାଯାଇ ଚାଲାଣ କରାଯାଇଛି। ଏଥିରେ ମାଟି ବ୍ୟବସାୟୀମାନେ ଫାଇଦା ପାଉଛନ୍ତି। ହେଲେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ଉପରୋକ୍ତ ସ୍ଥାନରୁ ମାଟି ଉଠାଣକୁ ନ୍ୟାଶନାଲ୍‌ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏନ୍‌ଜିଟି କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡା ଭାଷାରେ ସମାଲୋଚନା କରି ମାଟି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ କହିଥିଲେ। ଏତେସବୁ କଟକଣା ଥାଇ ବି ଆଇନର ନଜର ଆଢୁଆଳରେ ପ୍ରଶାସନ ମାଟି ବ୍ୟବସାୟୀଙ୍କ ସହିତ ଗୁପ୍ତ ବୁଝାମଣା କରିଥିବା ଚର୍ଚ୍ଚା ହେଉଛି। ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭାପାଳରେ ଥିବା ସରକାରୀ ଜମିରୁ ବେଧଡକ ଭାବେ ଶତାଧିକ ଟ୍ରିପ ହାଇୱାରେ ମାଟି ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ନିମପୁର ଶାସନ ଓ ଅଳଭା ଗ୍ରାମବାସୀ ଅଭିଯୋଗ କରିବା ସହିତ ଏହା ଊତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ସ୍ଥାନୀୟ ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଛନ୍ତି। ମାତ୍ର ମାଟି ଉଠାଇବା ଘଟଣାରେ ପ୍ରଶାସନ କାହିଁକି ନୀବବ ଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ସାମାଜିକ କର୍ମୀ ମିଟୁ ଦାଶ କହିଛନ୍ତି, ଅଳଭାଠାରେ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ବାଲିମାଟି ଉଠାଣ ନେଇ ଏନ୍‌ଜିଟି ରହିତାଦେଶ ଦେଇଥିଲେ। କିନ୍ତୁ ସେଠାରୁ ବାଲି ମାଟି ଉଠାଣ ବନ୍ଦ ଥିବା ବେଳେ ଏହାର ୧ କି.ମି.ଦୂରରେ ଅଳଭାଠାରେ କିପରି ବେଆଇନ ଭାବେ ଉଠାଣ ହେଉଛି ସେଥିପାଇଁ ସେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ମାମଲା ରୁଜୁ କରିବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ମୁଁ ଅବଗତ ନ ଥିଲି। ଅଭିଯୋଗ ହେଲେ ମାଟି ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri