ଚିଲିକାକୁ ସଙ୍କୁଚିତ କରୁଛି ମାଟିବନ୍ଧ

ଖୋର୍ଦ୍ଧା,୩୦ା୧ (ପ୍ରଭାତ ପାଣିଗ୍ରାହୀ):ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ପାଇଁ ବେଆଇନ ମାଟିବନ୍ଧ, ଚିଙ୍ଗୁଡି ଘେରି ଏବଂ ନଳଘାସ ବିପଦ ସାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ କେତେଜଣ ଶହ ଶହ ଏକର ଚାଷଜମି ଏବଂ ଚିଲିକାକୁ ଲାଗି ବନ୍ଧ କରି ବେଆଇନଭାବେ ମାଛ ଓ ଚିଙ୍ଗୁଡି ଚାଷ କରୁଛନ୍ତି। ମାଛ ଚାଷ ପାଇଁ ବିଭିନ୍ନ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଫଳରେ ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି। ଚିଙ୍ଗୁଡି ଘେରି ପରେ ଏବେ ମାଟିବନ୍ଧ ଚିଲିକାକୁ ସଙ୍କୁଚିତ କରୁଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଢ଼ିଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଚାଲିଥିବା ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଚିଲିକା ଉପକୂଳବର୍ତ୍ତୀ ଏବଂ ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ଭାବେ ହେକ୍ଟର ହେକ୍ଟର ଚାଷ ଜମିରେ ମାଟିବନ୍ଧ ରହିଛି। ମାଟି ବନ୍ଧ ଗୁଡିକ ବିଶାଳ ହୋଇଥିବାରୁ ତାହାକୁ ଭାଙ୍ଗିବା ପ୍ରଶାସନ ପକ୍ଷରୁ ସମ୍ଭବ ହେଉନାହିଁ। ୨୦୨୦ମସିହାରେ ପ୍ରଶାସନ ପକ୍ଷରୁ ଭୂଷଣ୍ଡପୁର ଏବଂ ଆଖପାଖ ଅଞ୍ଚଳରେ ଗଢି ଉଠିଥିବା ମାଟିବନ୍ଧ ଭାଙ୍ଗିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିଛିଦିନ ପରେ ତାହା ଶୀଥିଳ ପଡିଗଲା। ପୁଣି ମାଟିବନ୍ଧ ଗଢିଉଠିଛି। ଏବେ ହଜାର ହଜାର ହେକ୍ଟର ଜମିରେ ମାଟି ବନ୍ଧ ରହିଥିବା ଦେଖିବାକୁ ମିଳିଛି। ମାଟିବନ୍ଧ ନ ଭଙ୍ଗାଯିବା ପର୍ଯ୍ୟନ୍ତ ଚିଲିକା ବିପଦମୁକ୍ତ ନୁହଁ ବୋଲି ପରିବେଶବିତମାନେ କହିଛନ୍ତି। ଜଳସ୍ତର କମୁଥିବାରୁ ଚିଲିକାରେ ରାଜଦଳ ଓ ମାଟି ପଙ୍କ ଯୋଗୁ ମତ୍ସ୍ୟଜୀବୀ ଡଙ୍ଗା ନେଇ ଚିଲିକା ଭିତରକୁ ଯିବାରେ ହଇରାଣ ହେଉଛନ୍ତି। ଚିଲିକାର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନୀରବତା ମାଫିଆଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ପ୍ରକାଶ ଯେ, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲାର ପ୍ରାୟ ୧୧୬୫ ବର୍ଗକିମି ଇଲକାରେ ଚିଲିକା ପରିବ୍ୟାପ୍ତ ରହିଥିଲା। କ୍ରମଶଃ ଏହା ସଙ୍କୁଚିତ ହୋଇ ୧୦୯୧ ବର୍ଗ କିମିକୁ ଆସିଲାଣି। ୩ଜିଲାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛୋଟବଡ ନଦୀ, ନାଳ ପାଣି ଚିଲିକାରେ ମିଶିଥାଏ। ଗ୍ରୀଷ୍ମଦିନେ ଏହାର ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷାଦିନ ଆସିଲେ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଥାଏ। ଗୋଟିଏ ପଟେ ନଦୀନାଳର ମାଟିଗୋଡି, ପ୍ଲାଷ୍ଟିକ, ପଲିଥିନ ଆଦିି ବର୍ଜ୍ୟବସ୍ତୁ ଆସି ଚିଲିକାରେ ମିଶୁଛି। ଏହା ଦ୍ୱାରା ଚିଲିକା ପୋତିହେବା ସହ ଜଳଜୀବଙ୍କ ଉପରେ ପ୍ରଭାବ ପଡୁଛି। ଅନ୍ୟପଟେ ପ୍ରାୟ୧୫୦ବର୍ଗ କିମି ଇଲକାରେ ନଳଘାସ ପୂର୍ଣ୍ଣ ହୋଇଛି। ଚିଲିକାରେ ୧୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ମାଟି ଘେରି ରହିଛି। ବିଶେଷକରି ଚୁଙ୍ଗୁଡି ଘେରିରେ ରାସାୟନିକ ସାର ପ୍ରୟୋଗ ଓ ଉକ୍ତ ପାଣି ଚିଲିକାରେ ମିଶିବା ଦ୍ୱାରା ଚିଲିକାର ପରିବେଶ ନଷ୍ଟ ହେଉଛି। ପୁରୀ ଜିଲା ବରକୁଦିଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ କୁମଣ୍ଡପାଟଣା ଉପକୂଳବର୍ତ୍ତୀ ଅଞ୍ଚଳରେ ନାଳଘାସ ମାଡିଗଲାଣି। ନଳଘାସ ଯୋଗୁ ଚିଲିକାର ଜଳରାଶି ସଙ୍କୁଚିତ ହେବା ସହ ଚିଲିକା ଉପରେ ନର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡିବାକୁ ବସିଛି। ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଜାରି ରହିଛି। ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢ଼ିଉଠିଥିବା ମାଟିବନ୍ଧ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ଯୋଜନା ରହିଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ ଲାଗି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri