ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସୋହିନୀ

ଖୋର୍ଦ୍ଧା/ବାଲେଶ୍ୱର ଅଫିସ,୧୫।୧୨: ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ ସେ କିନ୍ତୁ ସମସ୍ତଙ୍କଠାରୁ ଟିକିଏ ନିଆରା। ନିକଟରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଆର)ରେ ସୋହିନୀଙ୍କ ନାମ ସ୍ଥାନ ପାଇଛି। ସଂସ୍ଥା ପକ୍ଷରୁ ସେ ମାନପତ୍ର, ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୋହିନୀ ୧୪୩ଟି ଦେଶର ନାମ, ପର୍ଯ୍ୟାୟ ସାରଣୀର ମୌଳିକ (ଏଲିମେଣ୍ଟ୍‌ସ ଅଫ୍‌ ପିରିୟଡିକ ଟେବୁଲ) ଗୁଡିକର ନାମ, ୧୮ଟି ଭାରତୀୟ ଜାତୀୟ ସଙ୍କେତ, ସୌର ମଣ୍ଡଳ ଗ୍ରହଙ୍କ ଅବସ୍ଥିତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କହିପାରନ୍ତି। ଏଥିସହ ମାନଚିତ୍ର ଦେଖି ୮୩ଟି ଦେଶର ନାମ, ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ନାମ କହିବା ସହ ସେମାନଙ୍କ କାର୍ଯ୍ୟ ବର୍ଣ୍ଣନା କରନ୍ତି। ସୋହିନୀ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଲାଗି ତାଙ୍କ ପରିବାର ଉଦ୍ୟମ ଜାରି ରଖିଛନ୍ତି। ବାପା କମଳେନ୍ଦୁ ନାୟକ, ମା’ ରଞ୍ଜନା, ଜେଜେବାପା ଭରତ ନାୟକ, ଜେଜେମା’ ପ୍ରତିମା କୁମାରୀ, ଅଜା ଅବସରପ୍ରାପ୍ତ ରୟାୟନ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ନାଥ ଦାସ ଓ ଆଈ ଆନନ୍ଦିନୀ ସୋହିନୀଙ୍କ ବିସ୍ମୟ ପ୍ରତିଭାକୁ ପରଖିଥିଲେ। ଆଗାମୀ ଦିନରେ ସୋହିନୀ ‘ମ୍ୟାପ୍‌ର ଆଉଟ୍‌ଲାଇନ୍‌’ ବିଷୟକୁ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ଼ ନିମନ୍ତେ ପ୍ରସ୍ତୁତ ହେଉଥିବା ତାଙ୍କ ମା’ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri