Posted inଫୁରସତ

ସମାଜଧର୍ମୀ କାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ର ୨୦ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ସହ ଉନ୍ନତି ଲକ୍ଷ୍ୟରେ ୨୦୧୭ ମସିହାରେ ଗଠନ କରିଥିଲେ ‘ପଠାଣି ସାମନ୍ତ ପୂଜ୍ୟପୂଜା ଅନୁଷ୍ଠାନ’। ସେବେଠୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବିଭିନ୍ନ ଅଞ୍ଚଳକୁ ସଫାସୁତୁରା କରିବା, ସେଠାରେ ଅନୁଷ୍ଠିତ ଅନେକ ଯାନିଯାତ୍ରାରେ ଜନଗହଳିକୁ ଦୃଷ୍ଟି ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବ୍ୟାପକ ବୃକ୍ଷରୋପଣ, ଜଳ ସଂରକ୍ଷଣ ଉପରେ ସେମିନାର, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିଆସୁଛି। ସଦସ୍ୟମାନଙ୍କ ଏଭଳି ସମାଜଧର୍ମୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନେକ ଯୁବତୀଯୁବକ ଏଥିରେ ଯୋଗଦେବାକୁ ଆଗେଇ ଆସିଛନ୍ତି। ତେବେ ୧୦ଜଣ ସଦସ୍ୟଙ୍କୁ ନେଇ ଅନୁଷ୍ଠାନର ପରିଚାଳନା କମିଟି ଗଠନ ହୋଇଥିବା ବେଳେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୩୫ରେ ପହଞ୍ଚତ୍ଛି। ଇତିମଧ୍ୟରେ ଅନୁଷ୍ଠାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ଅଧୀନ ଖଣ୍ଡପଡ଼ା, ରାଣୀପଡ଼ା, ଢୋଲମରା ପଞ୍ଚାୟତର ବରପଲ୍ଲୀ, ବାଣପୁର ପଞ୍ଚାୟତର ଚୈତନ୍ୟପୁର, ବାଇଗୁଣିଆ ଆଦି ଅଞ୍ଚଳରେ ୧୬ଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି। ଗତ ବିଶ୍ୱ ମହିଳା ଦିବସ ଅବସରରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜବ୍‌ ଆଶାୟୀ ପ୍ରାର୍ଥୀଙ୍କୁ ବିଭିନ୍ନ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ ଅନେକ ସମୟରେ କୁଇଜ୍‌ ପ୍ରତିଯୋଗିତା, ଫୁଟ୍‌ବଲ ଓ ଭଲି ଟୁର୍ନାମେଣ୍ଟ ଆୟୋଜନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି। ଗତ ୧୬ ତାରିଖରେ ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଛାତ୍ରୀଛାତ୍ରମାନଙ୍କୁ ନେଇ ସହର ପରିକ୍ରମା କରାଯାଇ ବିଭିନ୍ନ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଭାପତି ଜୟରାମ ଦାସ କୁହନ୍ତି, ”ଆରମ୍ଭରୁ କୌଣସି ସରକାରୀ ଅନୁଦାନ ନ ମିଳିଥିଲେ ହେଁ ସଦସ୍ୟମାନେ ନିଜ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଆସୁଛୁ। ଆମ ଦ୍ୱାରା ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ମଙ୍ଗଳ ହୋଇ ପାରୁଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।“ ତେବେ ପ୍ରଥମଥର ପାଇଁ ଅନୁଷ୍ଠାନକୁ ସ୍ପୋଟର୍‌ସ ଆକ୍‌ଟିଭିଟି ଏବଂ କ୍ୟାରିୟର ମେଳା ପାଇଁ ଗତ ବର୍ଷ ୧୮ ହଜାର ଓ ୧୫ ହଜାର ଟଙ୍କା ମିଳିଥିବାରୁ ଆମେ ବେଶ୍‌ ଖୁସୀ ଏବଂ ଏହା ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବ ବୋଲି ସମ୍ପାଦକ ମହେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ଭବିଷ୍ୟତରେ ଅନୁଷ୍ଠାନକୁ ବୃଦ୍ଧି କରାଇବା ସହ ଅଧିକରୁ ଅଧିକ ସମାଜଧର୍ମୀ କାର୍ଯ୍ୟ କରି ଜନସାଧାରଣଙ୍କ ସହାୟତା କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।
– ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri