ଭବାନୀପାଟଣା,୧।୧୨(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ତଥା ଉଦ୍ୟୋଗପତି ଦଶାରୀ ଭିରା ଭେଙ୍କଟ ସତ୍ୟନାରାୟଣ (୫୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ବିକାଶ ମେଡିକାଲରେ ପରଲୋକ ହୋଇଯାଇଛି । ସେ ବରଗଡ଼ ନିକଟସ୍ଥ ଖଣ୍ଡହଥା ଗ୍ରାମର ବାସିନ୍ଦା ହୋଇଥିବାବେଳେ ଭବାନୀପାଟଣା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ନିର୍ଦ୍ଦେଶକ ଡି ଶ୍ୟାମ ଓ ଡି ରାମ କୁମାରଙ୍କ ପିତା ଅଟନ୍ତି। ଏହାସହ ଲକ୍ଷ୍ମୀ ବିକାଶ ଗ୍ରୁପର ପରିଚାଳନା ମଣ୍ଡଳୀ ସଦସ୍ୟ । ଲକ୍ଷ୍ମୀ ବିକାଶ ଗ୍ରୁପ ନିମନ୍ତେ ତାଙ୍କର ବିଶେଷ ଅବଦାନ ରହିଛି । ତାଙ୍କ ବିୟୋଗରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସୋମବାର ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନ ଭବାନୀପାଟଣାଠାରେ ଏକ ଶୋକସଭା ପାଳିତ ହୋଇଯାଇଛି । ତାଙ୍କ ବିୟୋଗରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ଅପୂରଣୀୟ କ୍ଷତି ଘଟିଛି ବୋଲି ମତ ପ୍ରକାଶ ପାଇଛି ।


