ଗଞ୍ଜାମ,୧୯।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଝାଟିପଦର ଗ୍ରାମର ସମାଜସେବୀ ତଥା ପୂର୍ବତନ ୱାର୍ଡ ସଭ୍ୟା ତୁଳସୀ ପ୍ରଧାନଙ୍କ ପରଲୋକ ଘଟିଛି। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ସ୍ଥାାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ସ୍ୱର୍ଗତା ତୁଳସୀ ପ୍ରଧାନଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟିଥିଲା। ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଗ୍ରାମର ବହୁ ଲୋକ ଏହି ଶେଷ ଯାତ୍ରାରେ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। କନିଷ୍ଠ ପୁତ୍ର ଜୟଦେବ ପ୍ରଧାନ ମା’ଙ୍କ ମୁଖାଗ୍ନି ଦେଇଥିଲେ।
ସ୍ୱର୍ଗତା ତୁଳସୀ ପ୍ରଧାନଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।