ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି। ଏଭଳି ଏକ ସାମାଜିକ ବାସନ୍ଦ ଘଟଣା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ପଞ୍ଚାୟତ ସାର୍ଗୁଣାପଲ୍ଲୀରେ ଘଟିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିନେଇ ବାସନ୍ଦର ଶିକାର ହୋଇଥିବା ପରିବାର ଯୁଧିଷ୍ଠିର ନାହାକ ପୋଲିସରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ ଅତି ଗୁରୁତର ସହ ନେଇ କେସ୍‌ ନଂ ୧୦୬/୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହା ସହ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ସହ ଏଭଳି ସାମାଜିକ ବାସନ୍ଦ, ଆର୍ଥିକ ଦଣ୍ଡ ବିଧାନ ଭଳି ଘଟଣାକୁ ଦୂର କରିବା ଲାଗି ଗ୍ରାମବାସୀଙ୍କୁ ନେଇ ଥାନାରେ ଆପୋଷ ଆଲୋଚନା କରି ଦୁଇ ପକ୍ଷ ଭାଇଚାରାର ସହ ମିଳିମିଶି ରହିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ଏହି ପରାମର୍ଶକୁ ଗ୍ରାମବାସୀ ଗ୍ରହଣ କରିଥିଲେ ମଧ୍ୟ ଏକ ସପ୍ତାହ ସମୟ ମାଗି ପୁଣି ସମସ୍ତେ ବସି ଏକତ୍ରିତ ହୋଇ ସମାଧାନ କରିବାର ପୋଲିସକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ସାମାନ୍ୟ କଥାରୁ ଏଭଳି କାଣ୍ଡ ଘଟିଛି। ଯାହାକି ଗତ ଅକ୍ଟୋବରରେ ଗ୍ରାମରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା। ମାତ୍ର ଯୁଧିଷ୍ଠିରଙ୍କ ଘର ନିକଟରେ ଥିବା ପୋଲ୍‌ରେ ତାର ଯୋଡ଼ିବାରେ ତ୍ରୁଟି ଥିବା ଦେଖି ସେ ଲାଇନ୍‌ମ୍ୟାନଙ୍କୁ ଜଣାଇଥିଲେ। ଲାଇନ୍‌ମ୍ୟାନ୍‌ ଆସି ଲାଇଟ୍‌ ସଜାଡ଼ିବା ବଦଳରେ ତାହାକୁ କାଟି ଦେଇଥିଲେ। ଏନେଇ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଅଭିଯୋଗରୁ ଷ୍ଟ୍ରିଟ୍‌ଲାଇଟ ଗ୍ରାମରେ କଟାଯାଇଥିବା ନେଇ ଗ୍ରାମ୍ୟସଭା କରି ଯୁଧିଷ୍ଠିରଙ୍କୁ ଜରିମାନା ଆକାରରେ ୩୦ ହଜାର ଟଙ୍କାରେ ଦଣ୍ଡିତ କରିଥିଲେ। ମାତ୍ର କିଛି ଟଙ୍କା ଯୁଧିଷ୍ଠିର ପ୍ରଦାନ କରିଥିବା ବେଳେ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁ ବଳକା ଟଙ୍କା ପ୍ରଦାନ କରିପାରି ନ ଥିଲେ। ଏହାକୁ ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଯୁଧିଷ୍ଠିରଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ଏପରିକି ଗ୍ରାମରେ ଧେଣ୍ଡୁରା ବଜାଇ କେହି ମଧ୍ୟ ତାଙ୍କ ପରିବାର ସହ କଥାବାର୍ତ୍ତା ନ କରିବା ଲାଗି ଚେତାବନୀ ଦେଇଥିଲେ। ଇତିମଧ୍ୟରେ ଯୁଧିଷ୍ଠିରଙ୍କ ମାମୁ ଉମା ଦାସଙ୍କ ପରିବାର ଯୁଧିଷ୍ଠିରଙ୍କ ପରିବାର ସହ ସମ୍ପର୍କ ରଖୁଥିବା ଜାଣି ଗତ ୧୫ ତାରିଖରେ ଧେଣ୍ଡୁରା ଦେଇ ଉମାଙ୍କ ପରିବାରକୁ ବାସନ୍ଦ କରିଥିଲେ। ଏହାକୁ ନେଇ ଉଭୟ ଯୁଧିଷ୍ଠିର ଓ ଉମାଙ୍କ ପରିବାର ଗତ ୧୬ ତାରିଖରେ ଆସି ପୁରୁଷୋତ୍ତମପୁର ଥାନାର ଦ୍ବାରସ୍ଥ ହୋଇ ପୋଲିସକୁ ନ୍ୟାୟ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri