ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି। ଏଭଳି ଏକ ସାମାଜିକ ବାସନ୍ଦ ଘଟଣା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ପଞ୍ଚାୟତ ସାର୍ଗୁଣାପଲ୍ଲୀରେ ଘଟିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିନେଇ ବାସନ୍ଦର ଶିକାର ହୋଇଥିବା ପରିବାର ଯୁଧିଷ୍ଠିର ନାହାକ ପୋଲିସରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ ଅତି ଗୁରୁତର ସହ ନେଇ କେସ୍‌ ନଂ ୧୦୬/୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହା ସହ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ସହ ଏଭଳି ସାମାଜିକ ବାସନ୍ଦ, ଆର୍ଥିକ ଦଣ୍ଡ ବିଧାନ ଭଳି ଘଟଣାକୁ ଦୂର କରିବା ଲାଗି ଗ୍ରାମବାସୀଙ୍କୁ ନେଇ ଥାନାରେ ଆପୋଷ ଆଲୋଚନା କରି ଦୁଇ ପକ୍ଷ ଭାଇଚାରାର ସହ ମିଳିମିଶି ରହିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ଏହି ପରାମର୍ଶକୁ ଗ୍ରାମବାସୀ ଗ୍ରହଣ କରିଥିଲେ ମଧ୍ୟ ଏକ ସପ୍ତାହ ସମୟ ମାଗି ପୁଣି ସମସ୍ତେ ବସି ଏକତ୍ରିତ ହୋଇ ସମାଧାନ କରିବାର ପୋଲିସକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ସାମାନ୍ୟ କଥାରୁ ଏଭଳି କାଣ୍ଡ ଘଟିଛି। ଯାହାକି ଗତ ଅକ୍ଟୋବରରେ ଗ୍ରାମରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା। ମାତ୍ର ଯୁଧିଷ୍ଠିରଙ୍କ ଘର ନିକଟରେ ଥିବା ପୋଲ୍‌ରେ ତାର ଯୋଡ଼ିବାରେ ତ୍ରୁଟି ଥିବା ଦେଖି ସେ ଲାଇନ୍‌ମ୍ୟାନଙ୍କୁ ଜଣାଇଥିଲେ। ଲାଇନ୍‌ମ୍ୟାନ୍‌ ଆସି ଲାଇଟ୍‌ ସଜାଡ଼ିବା ବଦଳରେ ତାହାକୁ କାଟି ଦେଇଥିଲେ। ଏନେଇ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଅଭିଯୋଗରୁ ଷ୍ଟ୍ରିଟ୍‌ଲାଇଟ ଗ୍ରାମରେ କଟାଯାଇଥିବା ନେଇ ଗ୍ରାମ୍ୟସଭା କରି ଯୁଧିଷ୍ଠିରଙ୍କୁ ଜରିମାନା ଆକାରରେ ୩୦ ହଜାର ଟଙ୍କାରେ ଦଣ୍ଡିତ କରିଥିଲେ। ମାତ୍ର କିଛି ଟଙ୍କା ଯୁଧିଷ୍ଠିର ପ୍ରଦାନ କରିଥିବା ବେଳେ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁ ବଳକା ଟଙ୍କା ପ୍ରଦାନ କରିପାରି ନ ଥିଲେ। ଏହାକୁ ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଯୁଧିଷ୍ଠିରଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ଏପରିକି ଗ୍ରାମରେ ଧେଣ୍ଡୁରା ବଜାଇ କେହି ମଧ୍ୟ ତାଙ୍କ ପରିବାର ସହ କଥାବାର୍ତ୍ତା ନ କରିବା ଲାଗି ଚେତାବନୀ ଦେଇଥିଲେ। ଇତିମଧ୍ୟରେ ଯୁଧିଷ୍ଠିରଙ୍କ ମାମୁ ଉମା ଦାସଙ୍କ ପରିବାର ଯୁଧିଷ୍ଠିରଙ୍କ ପରିବାର ସହ ସମ୍ପର୍କ ରଖୁଥିବା ଜାଣି ଗତ ୧୫ ତାରିଖରେ ଧେଣ୍ଡୁରା ଦେଇ ଉମାଙ୍କ ପରିବାରକୁ ବାସନ୍ଦ କରିଥିଲେ। ଏହାକୁ ନେଇ ଉଭୟ ଯୁଧିଷ୍ଠିର ଓ ଉମାଙ୍କ ପରିବାର ଗତ ୧୬ ତାରିଖରେ ଆସି ପୁରୁଷୋତ୍ତମପୁର ଥାନାର ଦ୍ବାରସ୍ଥ ହୋଇ ପୋଲିସକୁ ନ୍ୟାୟ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri