ସରକାରଙ୍କ ନୂଆ ନିୟମ: ଏହି ୟୁଜର୍ସଙ୍କର ଫେସ୍‌ବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯିବ ଡିଲିଟ୍‌

ନୂଆଦିଲ୍ଲୀ,୨୯।୧୨: ସୋସିଆଲ ମିଡିଆ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ବର୍ତ୍ତମାନ ସରକାର ସ୍ଥାୟୀ ବ୍ୟକ୍ତିଗତ ଆକାଉଣ୍ଟକୁ ଅନିବାର୍ଯ୍ୟ କରିପାରନ୍ତି। ବିଶେଷ କରି ଏପରି ବ୍ୟବହାରକାରୀଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ଏବଂ ଅନ୍ୟ ଇଣ୍ଟରନେଟ ପ୍ଲାଟଫର୍ମରୁ ଦୂରରେ ଅଛନ୍ତି । ଯଦି ଏ ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ଗତ ତିନି ବର୍ଷ ଧରି ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ପ୍ଲାଟଫର୍ମରୁ ଦୂରରେ ଥିବା ଉପଭୋକ୍ତାମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ପ୍ରସ୍ତାବ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ (ଡିପିଡିଟି) ଆକ୍ଟର ଏକ ଅଂଶ। ଯାହା ଚଳିତ ବର୍ଷ ଅଗଷ୍ଟରେ ଆଇନରେ ପରିଣତ ହୋଇଥିଲା । ଏହା ଉପଭୋକ୍ତାମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ଏବଂ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ସୋସିଆଲ ମିଡିଆକୁ ନେଇ ପ୍ରସ୍ତୁତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ ମାର୍କେଟପ୍ଲେସ, ଗେମିଂ କମ୍ପାନୀ ଏବଂ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ଉପରେ ମଧ୍ୟ ଲାଗୁ କରାଯାଇପାରେ। ଏହା ପଛର ଉଦ୍ଦେଶ୍ୟ ହେଉଛି କାହାର ବ୍ୟକ୍ତିଗତ ତଥ୍ୟ ଯେଭଳି ତାଙ୍କ ଅଜାଣତରେ ବ୍ୟବହାର ନ ହୁଏ ତାହାକୁ ସୁନିଶ୍ଚିତ କରିବା। କେତେକ ମାଲାରେ ଆଇନ ପ୍ରଣୟନକାରୀ ସଂସ୍ଥା ସେହି ତଥ୍ୟ ଖୋଜିପାରନ୍ତି। ସେଭଳି ର୍ନିଦ୍ଦିଷ୍ଟ ମାମଲା ପାଇଁ କିଛି ବାଟ ବାହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri