Posted inଫୁରସତ

ରାସ୍ତାକଡ଼ରେ ବେଲୁନ୍‌ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍‌

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ ଲୋକଲୋଚନକୁ ଆସୁଛନ୍ତି। ସେମାନେ ରାତାରାତି ଷ୍ଟାର ପାଲଟୁଛନ୍ତି ମଧ୍ୟ। ଉଦାହରଣ ସ୍ବରୂପ ରାନୁ ମଣ୍ଡଳଙ୍କଠାରୁ ଆରମ୍ଭ କରି କଚ୍ଚା ବାଦାମ ଫେମ୍‌ ଭୁବନ ବଦାୟକ, ବଚପନ୍‌ କା ପ୍ୟାର୍‌ ଫେମ୍‌ ସହଦେବଙ୍କୁ ନେଇପାରିବେ। ଭାଇରାଲ ଷ୍ଟାର ହେବା ପୂର୍ବରୁ ସେମାନଙ୍କୁ ବା ଜାଣିଥିଲା କିଏ। ଏବେ ସେଭଳି ଘଟିଛି ରାସ୍ତାକଡ଼ରେ ବେଲୁନ ବିକ୍ରି କରି ପେଟ ପୋଷୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ।

କେରଳରେ ବେଲୁନ୍‌ ବିକ୍ରି କରୁଥିବା କିସ୍‌ବୁ ନାମକ ଯୁବତୀଙ୍କ ଜୀବନ ବଦଳାଇଛି ସୋସିଆଲ ମିଡିଆ। ଅଣ୍ଡାଲୁର୍‌ର କାଭୁ ଉତ୍ସବ ସମୟରେ ବେଲୁନ୍‌ ବିକ୍ରି କରୁଥିଲେ ସେ। ଏହି ସମୟରେ ଫଟୋଗ୍ରାଫର ଅର୍ଜୁନ କୃଷ୍ଣନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଜାନୁୟାରୀ ୧୭ରେ ସେ ଯୁବତୀଙ୍କ କିଛି ଫଟୋ ଉଠାଇଥିଲେ। ଏହାକୁ ଅର୍ଜୁନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋଗୁଡ଼ିକ ବେଶ୍‌ ଭାଇରାଲ ହେବା ସହ ଚର୍ଚ୍ଚାକୁ ଆସିଥିଲା।

ଏହାପରେ ଅର୍ଜୁନ କିସ୍‌ବୁଙ୍କ ମେକ୍‌ଓଭର କରାଇଥିଲେ। ଏପରିକି ସେ ତାଙ୍କର ଏକ ଫଟୋଶୁଟ୍‌ କରାଇଛନ୍ତି। ସେଥିରୁ କିଛି ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ସହ ‘ଅଣ୍ଡାଲୁର୍‌ର ଗଳିରୁ ଲୋକମାନଙ୍କ ହୃଦୟ ପର୍ଯ୍ୟନ୍ତର ଯାତ୍ରା। ମେକ୍‌ଓଭର୍‌ ପରେ ତାଙ୍କ ମୁହଁରେ ଥିବା ଚମକ’ବୋଲି କ୍ୟାପ୍‌ଶନରେ ଲେଖିଛନ୍ତି। ଫଟୋଗୁଡ଼ିକ ଦେଖିଲେ କିସ୍‌ବୁଙ୍କ ପୂର୍ବ ଚେହେରା ଭିତରେ ଲୁଚି ରହିଥିବା ସୁନ୍ଦରତା ବେଶ ବାରି ହୋଇପଡ଼ୁଛି ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

ତେବେ କିସ୍‌ବୁଙ୍କ ଜନ୍ମ ରାଜସ୍ଥାନର ଏକ ଗରିବ ପରିବାରରେ। କମ୍‌ ବୟସରେ ବାପାଙ୍କୁ ହରାଇବା ପରେ ସେ ମା’ଙ୍କ ସହ ପରିବାରର ପେଟ ପୋଷିବା ଲାଗି ବେଲୁନ୍‌ ବିକ୍ରି କରିବା ଆରମ୍ଭ କରିଥିଲେ। ହେଲେ ଆଜି ସେ ଇଣ୍ଟରନେଟ୍‌ ଷ୍ଟାର ପାଲଟିଛନ୍ତି। ଆଗାମୀ ଦିନରେ ତାଙ୍କ ପାଇଁ ସଫଳତାର ଦ୍ୱାର ଗୋଟିଏ ପରେ ଗୋଟିଏ ଖୋଲିଯିବ ବୋଲି କୁହାଯାଉଛି।

ଦେଖନ୍ତୁ ତାଙ୍କର କିଛି ଫଟୋ:

 

View this post on Instagram

 

A post shared by PHOTO MAN (@photoman_official)

 

View this post on Instagram

 

A post shared by PHOTO MAN (@photoman_official)

 

View this post on Instagram

 

A post shared by PHOTO MAN (@photoman_official)


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri