ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ପୁରସ୍କାର

ଭୁବନେଶ୍ୱର,୨।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ କ୍ରୀଡ଼ାକ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ଓ କାର୍ଯ୍ୟ ପାଇଁ ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ-୨୦୨୪ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମାନ ସମାରୋହ ଉତ୍ସବରେ ଜେଏସ୍‌ପିକୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଏସିପି ସାଇବର ସେଲ୍‌ (କ୍ରାଇମ୍‌ବ୍ରାଞ୍ଚ) ସନ୍ଦୀପ ମାଲହୋତ୍ରାଙ୍କଠାରୁ ଜେଏସ୍‌ପିର ଗ୍ରୁପ୍‌ ଚିଫ୍‌ ଡିଜିଟାଲ୍‌ ଅଫିସର ଇନ୍ଦ୍ରଦ୍ୟୁମ୍ନ ଦତ୍ତା ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଅପରପକ୍ଷରେ ଜେଏସ୍‌ପିର ଚେୟାରମ୍ୟାନ୍‌ ନବୀନ ଜିନ୍ଦଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଜେଏସ୍‌ପି ତା’ର ସାମାଜିକ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତୀକରଣ କରିବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ରାଜ୍ୟ ତଥା ଦେଶ ପାଇଁ କ୍ରୀଡ଼ା ପଦକ ହାସଲ (ଜିତିବା)ରେ ସକ୍ଷମ କରାଇବା ସହିତ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଆସୁଛି। ଏ ସମ୍ପର୍କରେ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲ କହିଛନ୍ତି, ଲୋକଙ୍କୁ ପ୍ରେରଣା ଯୋଗାଇବା, ସଶକ୍ତୀକରଣ ଏବଂ ଏକଜୁଟ କରିବା ସହିତ କ୍ରୀଡ଼ାର ପ୍ରଭାବି ସମ୍ଭାବନା ଉପରେ ଆମେ ବିଶ୍ୱାସ କରୁ। ଗ୍ରାମାଞ୍ଚଳ ଏବଂ ଆଦିବାସୀବହୁଳ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଭବିଷ୍ୟତର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାରେ ଆମର ପ୍ରୟାସ ଜାରି ରଖିବାକୁ ଏହି ପୁରସ୍କାର ଆମକୁ ଅଧିକ ପ୍ରେରଣା ଯୋଗାଇବ। ଏହି ସମ୍ମାନ ପାଇଁ ସେ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri