ସାମାଜିକ ବିବିଧତା

ଯେଉଁମାନେ ‘ବାକ୍‌ ସ୍ବାଧୀନତା’ ଖଣ୍ଡବାକ୍ୟ ସୃଷ୍ଟି କରିଛନ୍ତି ସେହିମାନେ ହିଁ ‘ଘୃଣା ମନ୍ତବ୍ୟ’ ବା ହେଟ୍‌ ସ୍ପିଚ୍‌ର ସ୍ରଷ୍ଟା। ବାକ୍‌ ସ୍ବାଧୀନତାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସବୁ ବକ୍ତବ୍ୟ ଭଲ, ସନ୍ତୋଷଜନକ ଏବଂ ସମ୍ମାନଜନକ ନୁହେଁ ବୋଲି ଅନୁଭବ କରିବାକୁ କିଛି ସମୟ ଲାଗିଗଲା। ଏହା ପୂର୍ବରୁ, ସମଗ୍ର ବିଶ୍ୱରେ ଉତ୍ପୀଡ଼ିତମାନେ ଭରି ରହିଥିଲେ, ଯେଉଁମାନଙ୍କୁ ନିଜ କଥା କହିବାର ଆବଶ୍ୟକତା ଥିଲା। ଏବେ ସମଗ୍ର ବିଶ୍ୱରେ ଭରି ରହିଛନ୍ତି ଖଳବ୍ୟକ୍ତି, ଯେଉଁମାନେ ସବୁଥିରେ ନୀରବ ରହିବା ଆବଶ୍ୟକ ବୋଲି ଭାବୁଛନ୍ତି। ଏହି ସମସ୍ୟା ପାଶ୍ଚାତ୍ୟ ଚିନ୍ତାଧାରାରେ ରହିଛି। ସେମାନେ ଯାହା କିଛି ବିଶ୍ୱାସ କରନ୍ତି, ସେସବୁର ଅନ୍ତିମ ସମାଧାନ ହେଉଛନ୍ତି ଯୀଶୁ। ସେମାନେ ଚାହାନ୍ତି ଯେ ସେମାନଙ୍କର ମାର୍ଗରେ ସମସ୍ତେ ପୁନର୍ବାର ଏକ ନୂତନ ଚିନ୍ତାଧାରା ନେଇ ଜନ୍ମ ହୁଅନ୍ତୁ। ସର୍ବଶେଷରେ,ବିଶ୍ୱକୁ ଏକ ବିକଶିତ ସମାଜ ଭାବେ ଗଢ଼ିବାରେ ଏହା ହେଉଛି ସେହି ଶ୍ୱେତାଙ୍ଗ ବା ୟୁରୋପୀୟଙ୍କ ଲକ୍ଷ୍ୟ।
ସମାଜର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ବିଷୟ ଦେଖାଯାଉ। ଏହି ଦୁଇଟି ବିଷୟରେ ବକ୍ତୃତା ଦେବା ପାଇଁ ମୋତେ ଏକ ୟୁରୋପୀୟ କମ୍ପାନୀ ଡାକିଥିଲା। କିନ୍ତୁ ଯେତେବେଳେ ମୁଁ ଭାଷାର ବିବିଧତା ଏବଂ ଧର୍ମର ବିବିଧତା ବିଷୟରେ କହିବା ଆରମ୍ଭ କଲି, ସେତେବେଳେ ଲିଙ୍ଗ, ଯୌନ ବିଚାର ଏବଂ ବର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିବାକୁ ମୋତେ ବିନମ୍ରତାର ସହ କହିଥିଲେ। ମୋ ନିକଟରେ ଆଉ କୌଣସି ବିକଳ୍ପ ନ ଥିଲା, କାରଣ ମୋର ଯାହା କହିବାର ଥିଲା ତାହାର ତାଲିକା ସେମାନେ ଔପଚାରିକ ଭାବେ ମୋତେ ଦେଇଥିଲେ। କିନ୍ତୁ ଯେତେବେଳେ ପ୍ରମୁଖ କର୍ପୋରେଶନଗୁଡ଼ିକ ଦ୍ୱାରା ‘ବିବିଧତା’ ଏବଂ ‘ଅନ୍ତର୍ଭୁକ୍ତୀକରଣ’ ଶବ୍ଦଗୁଡ଼ିକ ବ୍ୟବହୃତ ହେବା ମୋତେ ଅତ୍ୟନ୍ତ ମର୍ମାହତ କରିଥିଲା। ଏହି ଶବ୍ଦଗୁଡ଼ିକ ଆମେରିକାର ଏବଂ ୟୁରୋପୀୟ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ସମ୍ପର୍କରେ ଯାହା କୁହାଯାଇଛି ତାହା ସହ ପ୍ରାୟ ମେଳ ଖାଉଥିଲା। ସେମାନଙ୍କ ପାଇଁ ଚିନ୍ତାର ବିଷୟ ହେଉଥିବା ବର୍ଣ୍ଣ, ଲିଙ୍ଗ ଏବଂ ଯୌନବିଚାର ବିଷୟ ବିଶ୍ୱର ସବୁଆଡ଼େ ଥିବାର ସେମାନେ ଜୋର ଦିଅନ୍ତି। ସେଥିପାଇଁ ସେଠାରେ ଭାଷା ବିବିଧତା ,ଧର୍ମୀୟ ବିବିଧତା ତଥା ଜାତି ବିବିଧତା ସମ୍ପର୍କରେ ଆଲୋଚନା କରାଯାଇ ନ ଥିଲା। ଏଭଳି ଆଲୋଚନା ଭାରତ ଭଳି ଦେଶର ଆଞ୍ଚଳିକ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ମଧ୍ୟ।
ଚାଇନିଜ୍‌ଙ୍କର ଗ୍ରେଟ୍‌ ଓ୍ବାଲ୍‌ ଓ ଫାୟାର ଓ୍ବାଲ୍‌ ଅଛି ବୋଲି ପାଶ୍ଚାତ୍ୟ ଭୁଲିଯାଏ। ସେଗୁଡ଼ିକ ସେଠାରେ ରହିବା ପଛରେ ଏକ କାରଣ ରହିଛି। ଜାପାନର ଲୋକେ ଅଧିକ ସଂସ୍କୃତିସମ୍ପନ୍ନ ଓ ପାଶ୍ଚାତ୍ୟ ଶୈଳୀର ହେଲେ ସୁଦ୍ଧା ଟେକ୍ନୋଲୋଜି , ଫ୍ୟାଶନ ଏବଂ ଡ୍ରେସ୍‌ କ୍ଷେତ୍ରରେ ସେମାନେ ବିଦେଶୀ ଲୋକଙ୍କୁ ପସନ୍ଦ କରୁନାହାନ୍ତି। ଏହାର କାରଣ ହେଉଛି ସେମାନେ ବିଦେଶୀଙ୍କୁ ଦୂରେଇ ରଖିବାକୁ ଚାହାନ୍ତି। କାରଣ ୟୁରୋପୀୟମାନେ ଯେତେବେଳେ ଜାପାନକୁ ଆସିଲେ, ସେମାନେ କେବଳ ବାଣିଜ୍ୟ ପାଇଁ ଆସି ନ ଥିଲେ, ବରଂ ସେମାନେ ଲୋକଙ୍କୁ ଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରୀକରଣ କରିବାକୁ ଆସିଥିଲେ। ସେଥିପାଇଁ ସେମାନଙ୍କୁ ଦୂରେଇ ରଖିବାକୁ ପଡ଼ିଥିଲା। ଆଧୁନିକ କର୍ପୋରେଶନଗୁଡ଼ିକର ଆଚରଣ ଏହାଠାରୁ ଭିନ୍ନ ନୁହେଁ। ସେମାନେ ଏଠାରେ କେବଳ ବ୍ୟବସାୟ କରିବାକୁ ରହିନାହାନ୍ତି, ବରଂ ସେମାନେ ବିଜ୍‌ନେସ୍‌କୁ ବିଚାରଧାରା ବା ଆଦର୍ଶ ପାଇଁ ଏକ ସାଧନ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି। ବର୍ତ୍ତମାନର ବିଚାରଧାରାକୁ ଅବଶ୍ୟ ନାସ୍ତିକ, ଯୁକ୍ତିଯୁକ୍ତ, ଧର୍ମନିରପେକ୍ଷ, ବୈଜ୍ଞାନିକ ଭାବରେ ଉପସ୍ଥାପିତ କରାଯାଉଛି ଏବଂ ଉଭୟ ବିଚାରଧାରା ଓ ତାହାର କାର୍ଯ୍ୟାନ୍ବୟନ ଦୃଷ୍ଟିରୁ ସେମାନେ ଖ୍ରୀଷ୍ଟିଆନ ହୋଇଥିବାବେଳେ ସେସବୁକୁ ବୈଶ୍ୱିକ ଆଦର୍ଶ ବୋଲି ମନେକରୁଛନ୍ତି। ଅନ୍ତର୍ଭୁକ୍ତୀକରଣ ବର୍ତ୍ତମାନ ଅନୁପ୍ରବେଶରେ ପରିଣତ ହେଉଛି , ଅର୍ଥାତ୍‌ ସମସ୍ତଙ୍କୁ ସମ୍ମିଳିତ କରିବା ପରିବର୍ତ୍ତେ ଏମାନେ ଅନ୍ୟର ଧର୍ମରେ ଅନୁପ୍ରବେଶ କରିଛନ୍ତି। ସଂସ୍କୃତିର ସଂଜ୍ଞା ସୀମା ଏବଂ ପଦାନୁକ୍ରମ ଉପରେ ଆଧାରିତ। ଆମେ କିଛି ଜିନିଷ ଭିତରେ ଏବଂ କିଛି ଜିନିଷକୁ ବାହାରେ ରଖୁ। ହେଲେ ଜ୍ଞାନ ଏହି ସୀମା ଏବଂ ପଦାନୁକ୍ରମକୁ ଟପି ଆଗକୁ ବଢୁଛି। ସଂସ୍କୃତି ଏବଂ ଜ୍ଞାନ ସର୍ବଦା ପରସ୍ପରର ବିରୋଧରେ ରହିଥାଆନ୍ତି।
ଉଦାହରଣ ସ୍ବରୂପ ବ୍ରହ୍ମାଙ୍କ ପୁତ୍ର ମନୁ ଏକ ସମାଜରେ ମଣିଷର ଚତୁର୍ବଗ ବିଷୟରେ କହୁଥିବାବେଳେ ସମସ୍ତ ବର୍ଗକୁ ପ୍ରତ୍ୟାଖ୍ୟାନ କରୁଥିବା ଶିବ ତାଙ୍କୁ ଚ୍ୟାଲେଞ୍ଜ କରନ୍ତି। ହିନ୍ଦୁ ପୁରାଣରେ ମନୁ ଏବଂ ଶିବଙ୍କ ମାର୍ଗ ମଧ୍ୟରେ ଥିବା ତିକ୍ତତା ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ନୁହେଁ, ବରଂ ସଂସ୍କୃତି ଓ ଜ୍ଞାନ ମଧ୍ୟରେ ଥିବା ତିକ୍ତତାକୁ ପ୍ରକାଶ କରିଥାଏ। ଅଧିକାଂଶ ଲୋକ ବୁଦ୍ଧିମାନ୍‌ ନୁହନ୍ତି, ଅଧିକାଂଶ ଲୋକ ଭୟାଳୁ। ସେମାନଙ୍କର ସୁରକ୍ଷା ଆବଶ୍ୟକ, ଯେଉଁଥିପାଇଁ ଆମେ ପାଚେରି ଠିଆକରୁ ଅର୍ଥାତ୍‌ ବାଧା ଦେଉ ଓ ଯେଉଁ କାରଣରୁ ସାମାଜିକ ପଦାନୁକ୍ରମ ସୃଷ୍ଟି ହୁଏ।
ଖଲିଫାଙ୍କ ସମୟରେ ଇସ୍‌ଲାମ ଏକ ପ୍ରମୁଖ ବିଶ୍ୱ ଶକ୍ତି ଥିଲାବେଳେ ସେମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ ଲୋକଙ୍କୁ ଧର୍ମାନ୍ତରୀକରଣ କରୁ ନ ଥିଲେ କି ? ଯେଉଁମାନେ ଧର୍ମ ପରିବତ୍ତର୍ର୍ନ କରୁଥିଲେ ସେମାନଙ୍କୁ କମ୍‌ ଟିକସ ଦେବାକୁ ପଡୁଥିଲା। ଯେଉଁମାନେ ଏହା କରୁ ନ ଥିଲେ ସେମାନେ ଅଧିକ ଟିକସ ଦେଉଥିଲେ। ଲୋକମାନେ ଧର୍ମ ପରିବର୍ତ୍ତନ ନ କରିବା ରାଜ୍ୟ ବା ଦେଶ ପାଇଁ ଭଲ। ମିଶନାରିମାନେ ଲୋକମାନଙ୍କୁ ପରିବର୍ତ୍ତନ କରୁଥିଲାବେଳେ ଦେଶ ସେହି କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରି ନ ଥିଲା, ଯେଉଁଥିପାଇଁ ଆମେ ଏତେ ବିବିଧତା ଦେଖୁ। ଏହି କାରଣରୁ ଆମେ ଇସ୍‌ଲାମର ସୁବର୍ଣ୍ଣ ଯୁଗରେ ବିରାଟ ବିବିଧତା ବିଷୟରେ ଆଲୋଚନାକରୁ।
କଥା ହେଉଛି, ଆମେ ପାର୍ଥକ୍ୟଗୁଡ଼ିକୁ କିପରି ନିୟନ୍ତ୍ରଣ କରିବୁ? ତାହା ହେଉଛି ଏକମାତ୍ର ଦକ୍ଷତା, ଯାହାକୁ ଆମେ ଶିଖିବା ଆବଶ୍ୟକ। ଅନ୍ତର୍ଭୁକ୍ତୀକରଣର ବିଚାରଧାରା ଆପଣଙ୍କୁ ଜଣେ ଭଲ ବ୍ୟକ୍ତି କରେ , କିନ୍ତୁ ଜଣେ ଅତି ଲୋଭୀକୁ ମିଶାଇଲେ ସେ ତୁମକୁ ଶେଷ କରିଦେବ। ଜଣେ ମେଷପାଳକ କେବେହେଲେ ଏକ ଗଧିଆକୁ ମେଣ୍ଢାପଲରେ ମିଶାଇବ ନାହିଁ। ଯଦି ଗଧିଆ ନିଜକୁ ମେଣ୍ଢା ବୋଲି ଭାବେ, ତାହା ହେଉଛି ଗଧିଆର ସମସ୍ୟା। ଏହି ଜଟିଳ ମାନବ ଚିନ୍ତାଧାରା ଏକ ଏମିତିକା ବିଷୟ ଯାହାକୁ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ମୂର୍ଖମାନେ ବୁଝନ୍ତି ନାହିଁ। ବର୍ତ୍ତମାନ ସାରା ବିଶ୍ୱରେ କାହିଁକି ଅନେକ କର୍ପୋରେଶନ ଏକ ସାଂସ୍କୃତିକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହାର କାରଣ ହେଉଛି, ସେମାନେ ସେହି ଲୋକମାନଙ୍କୁ ଆଘାତ କରୁଛନ୍ତିି, ଯେଉଁମାନେ ପ୍ରକୃତରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣର ସହଯୋଗ ଆବଶ୍ୟକ କରନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri