ଭୟଙ୍କର ରୂପ ନେଉଛି ସାମାଜିକ ଅପରାଧ

ଯାଜପୁର ଅଫିସ,୨୯ା୭: ରାଜ୍ୟରେ ଆପରାଧିକ ମାମଲା ବୃଦ୍ଧି ପାଇବା ସାଧାରଣରେ ଚିନ୍ତାର କାରଣ ହୋଇଛି। ସରକାରଙ୍କ ପକ୍ଷରୁ ଜାରି ଶ୍ୱେତପତ୍ରରୁ ଜଣାପଡିଛି ଯେ, ଗତ ବର୍ଷଠାରୁ ଚଳିତବର୍ଷ ଅପରାଧ ଦେଢ଼ଗୁଣ ବଢ଼ିଛି। ବିଶେଷକରି ୩,୩୧୭ ବଳାତ୍କାର, ୪,୦୯୫ ମହିଳା ନିର୍ଯାତନା, ୫,୧୩୮ ପ୍ରତାରଣା, ୯୩ ମାନବ ଚାଲାଣ ଭଳି ସାମାଜିକ ଅପରାଧ ଘଟିଛି। ଦାମ୍ପତ୍ୟ ସମ୍ପର୍କରେ ବିବାଦ ନେଇ ସାରା ଦେଶରେ ଏବଂ ରାଜ୍ୟରେ ନାହିଁ ନ ଥିବା ଆଲୋଡ଼ନ ସୃଷ୍ଟି ହୋଇଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧ରେ ମୋଟ ୧,୫୫,୪୨୦ ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ବେସରକାରୀ ଭାବେ ହିସାବ କଲେ ଉଲ୍ଲେଖ ସଂଖ୍ୟାଠାରୁ ୩ ଗୁଣା ଅପରାଧ ଘଟିଥିବ ବୋଲି ମତ ପ୍ରକାଶ ପାଇଛି। ଏହି କାରଣରୁ ଚାରି ଆଡ଼େ ଭୟ, ଆଶଙ୍କା ଓ ଅସନ୍ତୋଷ ବଢ଼ି ଚାଲିଛି। ସେଥିପାଇଁ ଅଖିଳଚକ୍ର ଓଡ଼ିଶା ପକ୍ଷରୁ ଏହାର ନିରାକରଣ ନିମନ୍ତେ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ପଣ୍ଡିତ ମହେଶ୍ୱର ନନ୍ଦ କହିଛନ୍ତି, ଅତୀତରେ ହିନ୍ଦୁଶାସ୍ତ୍ରରେ ଥିବା ସାମ-ଦାନ-ଦଣ୍ଡ-ଭେଦ ପ୍ରଥା ଉଠିଯିବା ଫଳରେ ସମାଜରେ ବିଲକ୍ଷଣ ବୃଦ୍ଧି ପାଉଛି। ଏମାନଙ୍କ ବ୍ୟତୀତ ଶିକ୍ଷାବିତ୍‌ ଗୋପୀନାଥ ଦାଶ, ଶିକ୍ଷୟିତ୍ରୀ ମିତା ଦାଶ, ଲେଖିକା ସୁଜାତା ପତି, ସାମାଜିକ କର୍ମୀ ମମତା ନାୟକ, ସୁପ୍ରିୟା ମହାପାତ୍ର, ନିର୍ମଳା ମିଶ୍ର, ବିଭୂତି ରଞ୍ଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ପାଶ୍ଚାତ୍ୟ ସଂସ୍କୃତି ପରିହାର, ସଂକୀର୍ଣ୍ଣ ସ୍ବାର୍ଥର ଊର୍ଦ୍ଧ୍ୱରେ ରହିବା, ନିଶା ନିବାରଣ, ଘୃଣ୍ୟ ପରକୀୟା ପ୍ରୀତି ବିଲୋପ, ଅଶ୍ଳୀଳତା ଦୂରୀକରଣ, ନାରୀ ନିର୍ଯାତନା, ଅଧିକ ବସ୍ତୁବାଦୀ ନ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ନିରାକରଣ ପାଇଁ ଆଇନ, ସଚେତନତା, ନୈତିକ ଶିକ୍ଷାର ପ୍ରସାର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ହରେକୃଷ୍ଣ ପଣ୍ଡା ସୂଚନା ପ୍ରଦାନ କରି କହିଲେ, ସମାଜରେ ବ୍ୟଭିଚାର ବୃଦ୍ଧି ପାଇବା ଯୋଗୁ ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧକାର ମଧ୍ୟରେ ପଡିଛନ୍ତି। ଏଥିପାଇଁ ଶାସନ ବା ରାଜନୈତିକ ପ୍ରୋତ୍ସାହନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଆବଶ୍ୟକ। କେବଳ ରାଜନୈତିକ ବ୍ୟକ୍ତିମାନେ ଏହାକୁ ନିୟନ୍ତ୍ରଣ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଅପରାଧମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ। ସରକାର ମଧ୍ୟ ଏଥିପାଇଁ ଆଇନ ତିଆରି କରିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri