Categories: ଜାତୀୟ

ଅନ୍ନଶନ କରିବେ ନି ଆନ୍ନା ହଜାରେ

ପୁଣେ,୩୦।୧- ଭେଟେରାନ ସାମାଜିକ କର୍ମୀ ଆନ୍ନା ହଜାରେ ୩ ନୂଆ କୃଷି ଆଇନ ବିରୋଧରେ ଅନ୍ନଶନ କରିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ସିନିୟର ଭାଜପା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ନିଜ ନିଷ୍ପତ୍ତି ଘୋଷଣା କରିଛନ୍ତି ଆନ୍ନା।

”ମୁଁ ଦୀର୍ଘ ଦିନ ହେଲା ବିଭିନ୍ନ ସମସ୍ୟା ଉପରେ ଆନ୍ଦୋଳନ କରି ଆସୁଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ବେଆଇନ ନୁହେଁ। ଶଷ୍ୟ ଉପରେ ଉଚିତ ମୂଲ୍ୟ ପାଉ ନ ଥିବାରୁ କୃଷକମାନେ ଆତ୍ମହତ୍ୟା କରୁଛନ୍ତି। ଏଥିଯୋଗୁ ଗତ ୩ ବର୍ଷ ହେଲା ଏମ୍‌ଏସ୍‌ପି ବଢ଼ାଇବା ଲାଗି ମୁଁ ଆନ୍ଦୋଳନ କରୁଛି। ସରକାର ଏମ୍‌ଏସ୍‌ପି ଉପରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛନ୍ତି। ମୋତେ ସରକାରଙ୍କ ଠାରୁ ଲିଖିତ ଆଶ୍ୱସନା ମିଳିଛି“ ବୋଲି ଆନ୍ନା କହିଛନ୍ତି।

Share