ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…

କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଔଷଧ ଅଭାବ ରହିଛି। ଏପରି ପରିସ୍ଥିତିରେ, ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କଠାରୁ ସାହାଯ୍ୟ ନେବାକୁ ଚେଷ୍ଟା କରୁଛନ୍ତି। ସରକାର ଏବଂ ବେସରକାରୀ କ୍ଷେତ୍ର ସହିତ ଅନେକ ଲୋକ ଏହି ବିପଦ ସମୟରେ ଆଗେଇ ଆସି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଅନ୍ୟତମ। ସେ କରୋନା ଆରମ୍ଭରୁ ଲୋକମାନଙ୍କ ସହ ରହିଆସିଛନ୍ତି। ସେମାନଙ୍କୁ ସୁଖ-ଦୁଃଖରେ ଛିଡା ହେଉଛନ୍ତି ସୋନୁ। ଏବେ ସେ ନିଜର ଅସହାୟତା ଏବଂ ଦୁଃଖ ପ୍ରକାଶ କରିଛନ୍ତି। ସେ ରବିବାର ଟୁଇଟର୍‌ରେ ଲେଖିଛନ୍ତି- ଗତକାଲି ୪୧,୬୬୦ ଲୋକ ମୋତେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ, କିନ୍ତୁ ଏହା ଆମ ପାଇଁ ସମ୍ଭବ ନୁହେଁ। ଯଦି ମୁଁ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରେ, ମୋତେ ଏହା କରିବାକୁ ୧୪ ବର୍ଷ ଲାଗିବ। ଏହାର ଅର୍ଥ ହେଉଛି ୨୦୩୫ ସୁଦ୍ଧା ମୁଁ ପ୍ରତ୍ୟେକ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚି ପାରିବି।
କିଛି ଦିନ ପୂର୍ବରୁ ସୋନୁ ସୁଦ ସରକାରଙ୍କୁ ନିବେଦନ କରିଥିଲେ ଯେ କରୋନାରେ ମାତାପାତା ହରାଇଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଅନ୍ତୁ। ସୋନୁ ସୁଦ ଏପ୍ରିଲ ୨୫ରେ ଏକ ଟେଲିଗ୍ରାମ ଆପ ଲଞ୍ଚ କରିଥିଲେ, ଯାହା ମାଧ୍ୟମରେ ସେମାନେ ଦେଶର ଆବଶ୍ୟକ ଡାକ୍ତରଖାନାଗୁଡ଼ିକୁ ଶଯ୍ୟା, ଔଷଧ ଏବଂ ଅମ୍ଳଜାନ ଯୋଗାଇ ଦେବେ। ଗତ ବର୍ଷ କରୋନା ସମୟରେ ଲଗାଯାଇଥିବା ଲକ୍‌ଡାଉନ୍‌ ସମୟରୁ ସେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ସେ ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଆଣିବାରେ ସହଯୋଗ କରିଥିଲେ। ଏହାସହିତ ସେ ଅଭାବୀ ଲୋକଙ୍କର ରୋଜଗାର ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମିତ ହେବା ପରେ ମଧ୍ୟ ସୋନୁ ନିଜେ ଲୋକଙ୍କୁ ସାହାଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri