Categories: ବାଣିଜ୍ୟ

ସୋଚ୍‌ର ୧୫୦ତମ ଷ୍ଟୋର୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ,୨୯।୮: ଦେଶର ପ୍ରମୁଖ ଏଥ୍‌ନିକ୍‌ ୱିୟର୍‌ ଫ୍ୟାଶନ ପ୍ରତିଷ୍ଠାନ ସୋଚ୍‌ର ୧୫୦ତମ ଷ୍ଟୋର ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସୋଚ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ସିଇଓ ବିନୟ ଚଟ୍‌ଲାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶର ୫୯ଟି ପ୍ରମୁଖ ସହରରେ ଥିବା ସୋଚ ଷ୍ଟୋର୍‌ର ବିଶ୍ୱସ୍ତ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଏପରିକି ଏହି ସ୍ବତନ୍ତ୍ର ସେଲିବ୍ରେଶନ ସମୟରେ ଗ୍ରାହକମାନେ ସୋଚ୍‌ର ଯେ କୌଣସି ଷ୍ଟୋର୍‌ରେ ୧୦,୦୦୦ ଟଙ୍କା ମୂଲ୍ୟର ଭାଉଚର୍‌ ଜିତି ପାରିବେ ବୋଲି ସୋଚ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ସେହିଭଳି ସୋଚର ଦେଶବ୍ୟାପୀ ଆଉଟ୍‌ଲେଟ୍‌ଗୁଡିକରେ ନୂଆ ଡିଜାଇନର ଫୁଲ୍‌ ଷ୍ଟକ୍‌ ସାଙ୍ଗକୁ ସୁନ୍ଦର ଫ୍ୟାବ୍ରିକ୍‌ରେ ଚମତ୍କାର ସିଲ୍‌ ହୌଟେ ସହ ଜୀବନ୍ତ ରଙ୍ଗ ଓ ଯତ୍ନର ସହ ନିର୍ମାଣ କରାଯାଇଛି।
ଏ ସମ୍ପର୍କରେ ସୋଚ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ସିଇଓ ବିନୟ ଚଟ୍‌ଲାନି କହିଛନ୍ତି, ଆମର ୧୫୦ତମ ଷ୍ଟୋର୍‌ର ଶୁଭାରମ୍ଭ ଅବସରକୁ ଆମେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲୁ ଏବଂ ଏକ ବ୍ରାଣ୍ଡ୍‌ ଭାବେ ଆମ ଅଭିବୃଦ୍ଧିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ବୋଲି ଅନୁଭବ କରୁଛୁ। ଆମର କାହାଣୀ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିଲା ଏବଂ ଆମର ୧୫୦ତମ ଷ୍ଟୋର୍‌ ମଧ୍ୟ ବେଙ୍ଗାଲୁରୁରେ ଖୋଲିଛି।

Share