Categories: ଖେଳ

ମହାନ ଫୁଟବଲର୍‌ ପେଲେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବ୍ରାସିଲା,୨୫।୧୨: କ୍ୟାନ୍‌ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଦେଖି ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପେଲେଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଅବନତି ଘଟୁଛି। ଡାକ୍ତରଖାନା ଅନୁଯାୟୀ, ୮୨ ବର୍ଷୀୟ ଫୁଟବଲର୍ଙ୍କୁ ବିଶେଷ ଯତ୍ନରେ ଚିକିତ୍ସା କରାଯାଉଛି। ତାଙ୍କର କିଡନୀ ପ୍ରଭାବିତ ହୋଇଛି।
ବ୍ରାଜିଲକୁ ୩ଥର ଚାମ୍ପିୟନ କରିଥିଲେ
ପେଲେ। ତାଙ୍କ ଅଧୀନରେ ୧୯୫୮, ୧୯୬୨ ଏବଂ ୧୯୭୦ରେ ବ୍ରାଜିଲ ବିଶ୍ୱକପ ଜିତିଥିଲା। ସେ ୧୯୫୮ ବିଶ୍ୱକପ ଫାଇନାଲରେ ସୁଦାନ ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ। ପେଲେ ତାଙ୍କ ବୃତ୍ତିଗତ କ୍ୟାରିୟରରେ ମୋଟ ୧୩୬୩ ମ୍ୟାଚ ଖେଳି ୧୨୮୧ ଗୋଲ ସ୍କୋର କରିଥିଲେ। ବ୍ରାଜିଲ ପାଇଁ ସେ ୯୧ଟି ମ୍ୟାଚରେ ସେ ୭୭ ଗୋଲ ସ୍କୋର କରିଥିଲେ।

Share