ଆଇସିଏଆର୍‌-ସିଆଇଡବ୍ଲ୍ୟୁଏ ସହ ସୋଆର ଚୁକ୍ତିନାମା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ):  ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଓ୍ବିମେନ୍‌ ଇନ୍‌ ଏଗ୍ରିକଲ୍ଚର(ସିଆଇଡବ୍ଲ୍ୟୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସୋଆର ପ୍ରତିଷ୍ଠାତା ସଭାପତି ମନୋଜ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବି.ବି. ପ୍ରଧାନ ଓ ଆଇସିଏଆର୍‌-ସିଆଇଡବ୍ଲ୍ୟୁଏର ନିର୍ଦ୍ଦେଶକ ଡ. ଅନିଲ୍‌ କୁମାର ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ଏହାଦ୍ୱାରା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍ଚରାଲ୍‌ ସାଇନ୍ସେସ୍‌ (ଆଇଏଏସ୍‌)ର ଗବେଷକ ଓ ଛାତ୍ରୀଛାତ୍ର ସିଆଇଡବ୍ଲ୍ୟୁଏରେ ଗବେଷଣା କରିବେ। ଏହା ବ୍ୟତୀତ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଆଦାନ ପ୍ରଦାନ ମଧ୍ୟ କରାଯିବ। ଏହି ଅବସରରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ ଓ ଆଡିସନାଲ୍‌ ଡିନ୍‌ (ରିସର୍ଚ୍ଚ) ତଥା ଅଫିସର ଅନ୍‌ ସ୍ପେଶାଲ୍‌ ଡ୍ୟୁଟି (ଏଗ୍ରିକଲ୍ଚର) ଡ. ପ୍ରିୟବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ।