Categories: ବାଣିଜ୍ୟ

ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

ଭୁବନେଶ୍ୱର,୩୦।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶନିବାର ଏଜୁକେଶନ୍‌ ୱାଲର୍‌ଡ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ସୋଆକୁ ‘ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ବିଶେଷ କରି ଏଜୁକେଶନ୍‌ ୱାଲର୍‌ଡ ପକ୍ଷରୁ ପ୍ରଦାନ କରାଯାଇଥିବା ଉକ୍ତ ସମ୍ମାନ ଏବଂ ତଥ୍ୟ ଅନୁଯାୟୀ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଏକ ନମ୍ବର ଏବଂ ଦେଶର ୧୪ ତମ ସ୍ଥାନରେ ସ୍ଥାନିତ ହୋଇଛି। ସେହିଭଳି ସୋଆକୁ ‘ଏଗ୍‌ଜେମ୍‌ପ୍ଲାରୀ ରିସର୍ଚ୍ଚର ଅଫ୍‌ ଦ ଇୟର୍‌’ (ଚଳିତ ବର୍ଷର ଉଦାହରଣାତ୍ମକ ଗବେଷକ) ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଏପରିକି ଗବେଷଣା କ୍ଷେତ୍ରରେ ସୋଆ ଓଡ଼ିଶାରେ ପ୍ରଥମ ଓ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଅପରପକ୍ଷରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେଶନ୍‌ ୱାଲର୍‌ଡର ପ୍ରକାଶକ ଓ ସମ୍ପାଦକ ଦିଲ୍ଲୀପ ଠାକୋରଙ୍କଠାରୁ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ର ଡେପୁଟି ଡାଇରେକ୍ଟର (ଇଭାଲୁଏଶନ୍‌) କୁଲଦୀପ ଡଗର ଏବଂ ଆଫେୟାର୍ସ ଏଗ୍‌ଜିଭିଶନ୍‌ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବୋଲିଆ ପ୍ରମୁଖ ଉପସ୍ଥିତ ଥିଲେ।

Share