Categories: ବାଣିଜ୍ୟ

ଫିଲିପ୍ସ ଏଜୁକେଶନ ସହ ସୋଆର ରାଜିନାମା

ଭୁବନେଶ୍ୱର,୧୫ା୩: ରାଜ୍ୟର ପ୍ରମୁଖ ଘରୋଇ ଶିିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ଉକ୍ତ ରାଜିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେଶନର ମୁଖ୍ୟ, ସେଲ୍ସ ଷ୍ଟ୍ରାଟେଜି କମଲ ବାତ୍ରା ଉକ୍ତ ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍‌ ଡିନ୍‌ (ଏକାଡେମିକ୍‌) ପ୍ରଫେସର ଡି.ଏନ୍‌. ଥାଟୋଇ, ଟ୍ରେନିଂ ଓ ପ୍ଲେସ୍‌ମେଣ୍ଟର ମୁଖ୍ୟ ଡ. ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଣ୍ଟ ସେଲ୍‌ର ମୁଖ୍ୟ ସୁମିତ ମିତ୍ର, ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ସରୋଜ କୁମାର ଆଚାର୍ଯ୍ୟ, ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ଜୟଦେବ ବଳ, ଆସୋସିଏଟ୍‌ ପ୍ରଫେସର ଡ. ସସ୍ମିତା ତ୍ରିପାଠୀ, ଫିଲିପ୍ସ ଏଜୁକେଶନର ମ୍ୟାନେଜର ସେଲ୍ସ ପ୍ରସାଦ ଅଟି ଏବଂ ପିନାକୋର ମ୍ୟାନେଜର (ମାର୍କେଟିଂ) ଏମ୍‌. ମଥାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଉଭୟ ସଂସ୍ଥାର ଉକ୍ତ ରାଜିନାମା ଅନୁଯାୟୀ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ସୋଆ ସହ ମିଳିତ ଭାବେ କାର୍ଯ୍ୟ କରିବ। ଏପରିକି ସୋଆର ଛାତ୍ରୀଛାତ୍ର ଓ ଫ୍ୟାକଲ୍ଟିମାନଙ୍କୁ ସ୍ବଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ସହ ପ୍ରତି ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ। ଉକ୍ତ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହ କର୍ମଶାଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ।

Share