‘ଏ ପର୍ଯ୍ୟନ୍ତ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନି’

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଲିର ବେବିନା ଗଣବଳାତ୍କାର ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ହେଲେ ଏପର୍ଯ୍ୟନ୍ତ ଅପରାଧୀମାନେ ଦଣ୍ଡ ପାଇନାହାନ୍ତି କି ତଦନ୍ତ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇନାହିଁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସୋମବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ତଦନ୍ତରେ ଅବହେଳା, ପ୍ରଶାସନିକ ଅବ୍ୟବସ୍ଥା ଏବଂ ସରକାରୀ ଦଳର ସମ୍ପୃକ୍ତି ଯୋଗୁ ଅପରାଧୀ ଦଣ୍ଡ ପାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ନିଶିକାନ୍ତ କହିଛନ୍ତି, ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ପି.କେ. ମହାନ୍ତି କମିଶନ ୨୦୧୬ ମାର୍ଚ୍ଚ ୩୦ରେ ଚୂଡ଼ାନ୍ତ ରିପୋର୍ଟ ଗୃହ ବିଭାଗ ନିକଟରେ ଦାଖଲ କରିଥିଲେ। ରିପୋର୍ଟ ଦାଖଲର ୬ବର୍ଷ ବିତିଯାଇଥିଲେ ବି ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରୁନାହାନ୍ତି। ପୋଲିସ ଅଧିକାରୀଙ୍କ ନିଷ୍କ୍ରିୟତା ଏବଂ ରାଜନେତାଙ୍କ ହସ୍ତକ୍ଷେପ ଫଳରେ ପୋଲିସ ମାମଲା ରୁଜୁ କରି ନ ଥିଲା କି ଡାକ୍ତର ଠିକ ଭାବେ ଚିକିତ୍ସା କରି ନ ଥିଲେ। ରାଜ୍ୟ ମାନବ ଅଧିକାର କମିଶନଙ୍କ ହସ୍ତକ୍ଷେପ ଓ ବ୍ୟାପକ ଜନ ଅସନ୍ତୋଷକୁ ସାମ୍ନା ନ କରିପାରି ଶେଷରେ ସରକାର ବାଧ୍ୟହୋଇ ଦୋଷୀ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ସେତେବେଳର କୃଷିମନ୍ତ୍ରୀଙ୍କୁ ମନ୍ତିମଣ୍ଡଳରୁ ଇସ୍ତଫା ଦେବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ତଦନ୍ତ କମିଶନ ଗଠନ ହୋଇଥିଲା ତାହା ସାଧିତ ହୋଇପାରିନାହିଁ। ଏଣୁ ଚଳିତ ବିଧାନସଭା ଶୀତ ଅଧିବେଶନରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ପାଇଁ କଂଗ୍ରେସ ଦାବି କରିଛି। ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥୀ, ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ୨୦୧୧ ନଭେମ୍ବର ୨୯ରେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳରେ ଏହି ଗଣବଳାତ୍କାର ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri