Posted inଫୁରସତ

ବର୍ତ୍ତମାନ ସୁଦ୍ଧା ୧୮୩ ବିମାନରେ ଦେଖାଦେଲାଣି ଯାନ୍ତ୍ରିକ ତ୍ରୁଟି, ସବୁଠୁ ଆଗରେ ରହିଛି…

କିଛିଦିନ ଧରି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିବା ବାରମ୍ବାର ରିପୋର୍ଟ ଆସୁଛି, ଯେଉଁ କାରଣରୁ ବିମାନଗୁଡ଼ିକୁ ବାତିଲ କରାଯାଉଛି କିମ୍ବା ସେମାନଙ୍କର ଜରୁରୀକାଳୀନ ଅବତରଣ କରାଯାଉଛି। ଏହି ସମୟରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଚଳିତ ବର୍ଷ ଜୁଲାଇ ୨୧ ସୁଦ୍ଧା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(DGCA)କୁ ସେମାନଙ୍କର ବିମାନରେ ୧୮୩ଟି ଯାନ୍ତ୍ରିକ ତ୍ରୁଟି ବିଷୟରେ ରିପୋର୍ଟ କରିଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ଏୟାର ଇଣ୍ଡିଆ ଗ୍ରୁପ ସବୁଠାରୁ ଆଗରେ ରହିଛି। ଏହାର ୮୫ଟି ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହୋଲ ଗୁରୁବାର(ଜୁଲାଇ୨୪) ଲୋକ ସଭାରେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଇଣ୍ଡିଗୋ ଏବଂ ଆକାଶ ଏୟାରଲାଇନ୍ସ ଯଥାକ୍ରମେ ୬୨ ଏବଂ ୨୮ଟି ତ୍ରୁଟି ରିପୋର୍ଟ କରିଛନ୍ତି, ଯେତେବେଳେ ସ୍ପାଇସ୍‌ଜେଟ୍‌ ୮ଟି ତ୍ରୁଟି ରିପୋର୍ଟ କରିଛି। ସେ କହିଛନ୍ତି, ଏପରି ତ୍ରୁଟିର କଡ଼ା ଯାଞ୍ଚ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଆବଶ୍ୟକ।

ଏହାସହିତ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯଥାକ୍ରମେ ୮୫ଟି ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିଛନ୍ତି। ଯାହା ସର୍ବାଧିକ। ଏହି ସମସ୍ତ ସଂଖ୍ୟା ଚଳିତ ବର୍ଷ ୧ ଜାନୁଆରୀରୁ ୨୧ ଜୁଲାଇ ପର୍ଯ୍ୟନ୍ତ।

ଏହାସହିତ ଯଦି ଆମେ ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇବା, ତେବେ ୨୦୨୪ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୪୨୧ ଥିଲା, ଯାହା ୨୦୨୩ରେ ରିପୋର୍ଟ ହୋଇଥିବା ୪୪୮ ତୁଳନାରେ କମ୍‌ ଥିଲା। ୨୦୨୨ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୫୨୮ ଥିଲା। ଏହି ତିନି ବର୍ଷର ତଥ୍ୟରେ ଆଲାଏନ୍ସ ଏୟାର ଏବଂ ପୂର୍ବ ଭିସ୍ତାରାର ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ୨୦୨୧ରେ ବିମାନରେ ଯାନ୍ତ୍ରିକ ତ୍ରୁଟି ରିପୋର୍ଟ ସଂଖ୍ୟା ୫୧୪ ଥିଲା। ସେତେବେଳେ ଆକାଶ ଏୟାର କାର୍ଯ୍ୟ ଆରମ୍ଭ କରିନଥିଲା।

ବିମାନ ସଂସ୍ଥା ଦ୍ୱାରା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)କୁ ରିପୋର୍ଟ କରାଯାଇଥିବା ସମସ୍ତ ତ୍ରୁଟିର ତଦନ୍ତ କରାଯିବା ଆବଶ୍ୟକ ଯାହା ଦ୍ୱାରା ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଲିଖିତ ଉତ୍ତରରେ କହିଛନ୍ତି, ସମସ୍ତ ତ୍ରୁଟି, ବିଶେଷକରି ପ୍ରମୁଖ ତ୍ରୁଟିର ତଦନ୍ତ ଶୀଘ୍ର ସମାପ୍ତ ହେବା ଉଚିତ ଯାହା ଦାରା ପ୍ରତିରୋଧକ/ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଯଥାଶୀଘ୍ର ଗ୍ରହଣ କରାଯାଇପାରିବ। ଡିଜିସିଏଙ୍କ ସହଯୋଗରେ ଅପରେଟର ବିମାନରେ ତ୍ରୁଟିର ତଦନ୍ତ କରନ୍ତି। ଭବିଷ୍ୟତରେ ଏପରି ଘଟଣା ରୋକିବା ଏବଂ ସମାଧାନକୁ ତ୍ୱରାନ୍ବିତ କରିବା ପାଇଁ ଡିଜିସିଏଙ୍କ ସହ ମିଳିତ ପ୍ରୟାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?