ଏଣିକି ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଟିକାକରଣର ଦୈନିକ ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଣିକି ୩ଲକ୍ଷ ନୁହେଁ, ଦୈନିକ ୪ଲକ୍ଷ ଡୋଜ୍‌ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଜିଲାଗୁଡ଼ିକୁ ଲକ୍ଷ୍ୟ ପୂରଣ କରିବା ପାଇଁ କୁହାଯାଇଛି। କେଉଁ ଜିଲା କେତେ ଦୈନିକ ଟିକାକରଣ କରିବ ସେ ନେଇ ମଧ୍ୟ ତାଲିକା ପ୍ରସ୍ତୁତ ହୋଇସାରିଛି। ଏ ନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ରାଜ୍ୟରେ ଦୈନିକ ୪,୧୩,୦୦୦ ଟିକାକରଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ଲକ୍ଷ୍ୟ ଅନୁସାରେ, ଗଞ୍ଜାମ ଜିଲାକୁ ସର୍ବାଧିକ ୩୫ହଜାର, ପୁରୀ ୨୬ହଜାର, ବାଲେଶ୍ୱର ଓ କଟକକୁ ୨୫ହଜାର ଲେଖାଏ, ମୟୂରଭଞ୍ଜ ୨୪ହଜାର, ସୁନ୍ଦରଗଡ଼ ୨୧ହଜାର, ଯାଜପୁର ୨୦ହଜାର, କେଉଁଝର ୧୭ହଜାର, ବଲାଙ୍ଗୀର ୧୫ହଜାର, ଜଗତ୍‌ସିଂହପୁର ଓ ଢେଙ୍କାନାଳକୁ ୧୪,୫୦୦ ଲେଖାଏ, କଳାହାଣ୍ଡି, ବରଗଡ଼ ଓ ଭଦ୍ରକକୁ ୧୪ହଜାର ଲେଖାଏ, କେନ୍ଦ୍ରାପଡ଼ା ୧୩,୫୦୦, କୋରାପୁଟ, ଖୋର୍ଦ୍ଧା ଓ ଅନୁଗୋଳକୁ ୧୨ହଜାର ଲେଖାଏ, ନବରଙ୍ଗପୁର ୧୧ହଜାର, ସମ୍ବଲପୁର ୧୦ହଜାର, ରାୟଗଡ଼ା ଓ ନୟାଗଡ଼କୁ ୯ହଜାର ଲେଖାଏ, ସୁବର୍ଣ୍ଣପୁର ୭,୫୦୦, ଭୁବନେଶ୍ୱର ମହାନଗର ନିଗମକୁ ୭ହଜାର, ମାଲକାନଗିରି ଓ ଝାରସୁଗୁଡ଼ାକୁ ୬ହଜାର ଲେଖାଏ, ନୂଆପଡ଼ା ୫,୫୦୦, ବୌଦ୍ଧ ୪,୫୦୦ ଏବଂ ଦେବଗଡ଼ ଜିଲାକୁ ସର୍ବନିମ୍ନ ୩ହଜାର ଡୋଜ୍‌ ଟିକା ଦୈନିକ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍‌ ଟିକା ପାଇଁ ସିରିଞ୍ଜ ଅଭାବକୁ ଦୂର କରିବା ପାଇଁ ଜିଲାପାଳମାନଙ୍କୁ ରାଜ୍ୟ ଔଷଧ ନିଗମରୁ ଉଧାର ନେବାକୁ କୁହାଯାଇଛି।
ସେପଟେ ଟିକାକରଣରେ ରାଜ୍ୟ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି , ରାଜ୍ୟବାସୀଙ୍କ ସହଯୋଗରୁ ଏପର୍ଯ୍ୟନ୍ତ ୨କୋଟି ୫୦ଲକ୍ଷ ୧୧ହଜାର ୨୩୩ଟି ଡୋଜ୍‌ ଟିକାକରଣ ହୋଇସାରିଛି। ଏଥିମଧ୍ୟରୁ ୧କୋଟି ୮୮ଲକ୍ଷ ୨୧ହଜାର ୭୨ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୬୧ଲକ୍ଷ ୯୦ହଜାର ୧୬୧ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୮୦୯ କେନ୍ଦ୍ରରେ ଟିକା ଦିଆଯାଇଛି। ରାଜ୍ୟରେ ଦୈନିକ ୪ଲକ୍ଷ ଓ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୬୦% ପ୍ରଥମ ଡୋଜ୍‌ ଟିକାକରଣ ସରିଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri