ଯୋଡ଼ା ଖଣି ଅଞ୍ଚଳରେ ପ୍ରବଳ ଶୀତ: ୩ ଦଶନ୍ଧି ପରେ ତୁଷାରପାତ

ଯୋଡ଼ା,୧୦ା୧(ମାନସ ମହାନ୍ତି): କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ, ଖଣି ଅଞ୍ଚଳ ଭାବେ ପରିଚିତ ଏହି ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଛି ତୁଷାରପାତ। ଏକ ସପ୍ତାହ ଧରି ପ୍ରବଳ ଶୀତ ଲହରି ପରେ ଶୁକ୍ରବାର ଏବଂ ଶନିବାର ପ୍ରାତଃ କାଳରେ ହୋଇଛି ତୁଷାରପାତ। ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସ ରହିଥବାେବେଳେ କଲ୍ହୋ-ରୋଇଡ଼ା ଗ୍ରାମର ମୁଣ୍ଡା ସାହି ଅଞ୍ଚଳରେ ଥିବା କଥା ସ୍ଥାନୀୟ ଲୋକେ ସୋସିଆଲ ମିଡିଆରୁ ଜାଣିଥିଲେ। ଶନିବାର ସକାଳୁ ବିସ୍ତୀର୍ଣ୍ଣ ପଡ଼ିଆ ଧଳା ଚାଦରରେ ଆଚ୍ଛାଦିତ ହୋଇ ପଡ଼ିଥିବା ଦୃଶ୍ୟମାନ ହୋଇଥିଲା।

ପର୍ବତ ପରିବେଷ୍ଟିତ ରୋଇଡ଼ା ଅଞ୍ଚଳର ଲୋକେ କହୁଥିଲେ ପ୍ରାୟ ୩ ଦଶନ୍ଧି ପରେ ଏହି ତୁଷାରପାତ ହୋଇଛି। ଅଞ୍ଚଳବାସୀଙ୍କ ମଧ୍ୟରେ କିଛି ଏହି ଶୀତ ଓ ତୁଷାରପାତର ମଜା ନେଉଥିବା ବେଳେ ଗରିବ ଲୋକଙ୍କ ପାଇଁ ଶୀତ ସଜା ସଦୃଶ୍ୟ ହୋଇଥିଲା। ତେଣେ ଗାଁ ପାଖ ଚା’ ଦୋକାନରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼। ଏହି ଶୀତ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦିଗପହଣ୍ଡିରେ ଆନ୍ତଃଜିଲା ଖୋ-ଖୋ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ରବିବାର ଦିନ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ...

ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri