Categories: ଜାତୀୟ

ହିମାଚଳରେ ତୁଷାରପାତ , ୨୬୨ ସଡ଼କ ପଥ ବନ୍ଦ, ୮୮୯ ବିଦ୍ୟୁତ ଲାଇନ ଠପ୍‌…

ଶିମଲା,୨୫।୧ : ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଅବ୍ୟାହତ ରହିଛି। ମଙ୍ଗଳବାର ଠାରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତ୍ତୀ ତୁଷାରପାତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି କାରଣରୁ ପ୍ରବଳ ଶୀତ ଲହର ବୃଦ୍ଧି ପାଇଛି। ସ୍ପିତିି, ମନାଲି, ରୋହତାଙ୍ଗ, କିନ୍ନୌର, ଚାମ୍ବା, ଡାଲହୋଜିି ଏବଂ କାଙ୍ଗଡାର ଧୌଲାଧର ପାହାଡ ଏବଂ ଅନ୍ୟାନ୍ୟ ଉଚ୍ଚ ଉଚ୍ଚତାରେ ତୁଷାରପାତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାରଠାରୁ ରାଜ୍ୟରେ ତୁଷାରପାତ ଓ ବର୍ଷା ହ୍ରାସ ପାଇବ। ତେବେ ଜାନୁୟାରୀ ୨୯ ପର୍ଯ୍ୟନ୍ତ କେତେକ ସ୍ଥାନରେ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଲାହୌଲ ସ୍ପିତିର ଗୋଣ୍ଡଲାରେ ସର୍ବାଧିକ ୫୦.୫ ସେମି ତୁଷାରପାତ ହୋଇଥିବାବେଳେ ଲାହୌଲ ସ୍ପିତିର କୁକୁମସେରୀରେ ୩୨.୩ ସେମି, କିଲୋଙ୍ଗରେ ୨୩.୦ ଏବଂ ହଂସାରେ ୨୦.୦ ସେମି ରେକର୍ଡ କରାଯାଇଛି। ଚମ୍ବାର ସାଲୁନିରେ ୪୫.୭ ସେମି ଏବଂ ବରମୁରରେ ୩୦.୦ସେମ ତୁଷାରପାତ ହୋଇଛି। କୁଲୁର କୋଥିରେ ୧୦.୦ ସେମି ତୁଷାରପାତ ହୋଇଛି।

ପ୍ରକାଶ ପାଇଥିବା ବିପର୍ଯ୍ୟୟ ପରିଚାଳନା ତଥ୍ୟ ଅନୁଯାୟୀ, ହିମାଚଳ ପ୍ରଦେଶରେ ୩ ଜାତୀୟ ରାଜପଥ ସମେତ ୨୬୨ ସଡ଼କ ପଥ ତୁଷାରପାତ ଯୋଗୁ ବନ୍ଦ ହୋଇଯାଇଛି। ଲାହୌଲ ସ୍ପିତିରେ ସର୍ବାଧିକ୧୩୯ ସଡ଼କ ପଥ ଏବଂ ୨ ଟି ଜାତୀୟ ରାଜପଥ ବନ୍ଦ ରହିଛି । ଚମ୍ବାରେ ୯୨ ଟି ଦଡ଼କ ପଥ, କୁଲୁରେ ଗୋଟିଏ ଜାତୀୟ ରାଜପଥ ସହିତ ୧୩ ଟି ଦଡ଼କ ପଥ, ଶିମଲାରେ ୧୩ଟି ସଡ଼କ ପଥ, ମଣ୍ଡିରେ ୩ ଏବଂ କାଙ୍ଗ୍ରାରେ ୨ ଦଡ଼କ ପଥ ବନ୍ଦ ରହିଛି। ତୁଷାରପାତ ଯୋଗୁ ୮୮୯ ବିଦ୍ୟୁତ ଲାଇନ (ଡିଟିଆର)ରେ ଯୋଗାଣ ବ୍ୟବସ୍ଥା ଠପ ହୋଇ ଯାଇଛି। ଚମ୍ବାରେ ସର୍ବାଧିକ ୭୯୩ ବିଦ୍ୟୁତ ଲାଇନ ବନ୍ଦ ଥିବାବେଳେ ୨୯ ଟି ଜଳ ପ୍ରକଳ୍ପ ପ୍ରଭାବିତ ହୋଇଛି।

Share