ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି। ଲୋକମାନେ ଏକ ପ୍ରମୁଖ ରାଜପଥରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଦେଖାଯାଇଛି। ଏହି ତୁଷାରଝଡ଼ରେ ଉତ୍ତର ଇଂଲଣ୍ଡ ଏବଂ ଉତ୍ତର ଓ୍ବେଲ୍ସ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ମେଟ୍‌ ଅଫିସ ପାଣିପାଗ ଏଜେନ୍ସୀର ପାଣିପାଗ ବିଶେଷଜ୍ଞ ଆଲେକ୍ସ ବୁର୍କିଲ କହିଛନ୍ତି।

Share