ସ୍ନୋ ପାଉଡର

ପିଲାଦିନରୁ ସ୍ନୋ ପାଉଡର ବିଷୟରେ ସମସ୍ତେ ଶୁଣିଥାନ୍ତି। ଭାରତ କେବଳ ନୁହେଁ, ସମଗ୍ର ବିଶ୍ୱର ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ, ବିଶେଷକରି ମହିଳାମାନଙ୍କ ପାଇଁ, ବିଭିନ୍ନ ପ୍ରକାର କ୍ରିମ୍‌,ସ୍ନୋ, ପାଉଡର, ଅତର, ଲିପ୍‌ଷ୍ଟିକ, ନେଲ୍‌ପଲିସ ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ ମାତ୍ରାରେ ବ୍ୟବହୃତ ହୋଇଆସୁଛି। ସେହିସବୁ ଉତ୍ପାଦ ସହ ଏବେ ବୟସ ଲୁଚାଇବା ପାଇଁ ଆହୁରି ଅନେକ କସ୍‌ମେଟିକ(ପ୍ରସାଧନ ସାମଗ୍ରୀ) ଏବଂ ଔଷଧ ପ୍ରତ୍ୟେକ ଦିନ ଉଦ୍ଭାବନ ହେଉଛି। ଯୌବନ ଫେରାଇ ଆଣିବା ପାଇଁ ବ୍ୟକ୍ତିବିଶେଷମାନେ ଅନେକ ମିଲିଅନ ଡଲାର ଖର୍ଚ୍ଚ କରିବାକୁ ପଛାଉନାହାନ୍ତି। ତେବେ ଏହି ସୌନ୍ଦର୍ଯ୍ୟ ରକ୍ଷାକାରୀ ଶିଳ୍ପ ପଛରେ ଅନେକ ଅସୁନ୍ଦର ଏବଂ ବିକଟାଳ କାହାଣୀ ଲୁଚି ରହିଛି।
ମଣିଷର ପ୍ରସାଧନ ସାମଗ୍ରୀ ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ପ୍ରସାଧନ ଶିଳ୍ପ ନୂଆ ଉପତ୍ାଦ ଭେଟି ଦେଉଛି। ଏଗୁଡ଼ିକ ମଧ୍ୟରେ ଏବେ ଆମେରିକାର ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କେମିକାଲ କକ୍‌ଟେଲ ସ୍ବତନ୍ତ୍ର ଓ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଏହା ମଣିଷକୁ ଆଉ ବୁଢ଼ା ଅବସ୍ଥାରେ ପହଞ୍ଚିିବାକୁ ଦେବ ନାହିଁ। ୫ରୁ ୭ଟି କେମିକାଲ ମିଶ୍ରଣରେ ପ୍ରସ୍ତୁତ ଉକ୍ତ କକ୍‌ଟେଲ ମଣିଷକୁ ପୁନର୍ବାର ଯୁବାବସ୍ଥାକୁ ନେଇଆସିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। କକ୍‌ଟେଲ୍‌ର ପରୀକ୍ଷଣ ମୂଷା ଓ ମାଙ୍କଡ଼ ଶରୀରରେ ସଫଳ ହୋଇଥିବା ସ୍ପଷ୍ଟ କରାଯାଇଛି ଏବଂ ଏ ସମ୍ପର୍କିତ ରିପୋର୍ଟ ମେଡିକାଲ ଜର୍ନାଲ ଏଜିଂରେ ପ୍ରକାଶ ପାଇଛି। ବୈଜ୍ଞାନିକ ଡେଭିଡ୍‌ ସିନ୍‌କ୍ଲେର ଉକ୍ତ ଗବେଷଣାମତ୍କ ତଥ୍ୟ ଟୁଇଟରରେ ଶେୟାର କରିବା ପରେ ଏହା ଉପରେ ଅନେକ ସକାରାମତ୍କ ମତ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି। କହିବାକୁ ଗଲେ ଏବକାର ୫୦୦ ବିଲିଅନ ଡଲାରରୁ ଅଧିକ ପ୍ରସାଧନ ଶିଳ୍ପର ଇତିହାସକୁ ଦେଖିଲେ ବୈଜ୍ଞାନିକଙ୍କ ଯୁକ୍ତି ପରିପ୍ରେକ୍ଷୀରେ ମଣିଷ ଖୁସି ହୋଇପାରେ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁସବୁ ପ୍ରସାଧନ ବିକାଶ କରାଯାଇଛି ତା’ମଧ୍ୟରୁ ଅନେକ ପଛରେ ଏକ ନକାରାମତ୍କ ଦିଗ ଲୁଚି ରହିଥିବା ପ୍ରାୟତଃ ଅନେକଙ୍କୁ ଜଣାନାହିଁ। ପ୍ରସାଧନ ଶିଳ୍ପ ସହ ପ୍ରାଣୀ ସମ୍ପୃକ୍ତି ଓ କ୍ଷତି ପରିମାଣ ଅତ୍ୟଧିକ। କୌଣସି ନୂତନ କେମିକାଲଯୁକ୍ତ ପ୍ରସାଧନ ବିକାଶ ପରେ ତାହାକୁ ପ୍ରାଣୀ ମୁଖ୍ୟତଃ ମୂଷା, କୁକୁର, ବିଲେଇ, ମାଙ୍କଡ଼, ଠେକୁଆ, ମାଛ ଓ ପକ୍ଷୀମାନଙ୍କ ଶରୀରରେ ପରୀକ୍ଷା କରାଯାଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶାରୀରିକ ସ୍ତରରେ ପ୍ରଭାବିତ ହେବା ସହ ଅନେକଙ୍କର ମୃତ୍ୟୁ ହୋଇଥାଏ। ଆନିମଲ ଟେଷ୍ଟିଂ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ପାଖାପାଖି ୮୮% ଟପ୍‌ ବିୟୁୁଟି ବ୍ରାଣ୍ଡ୍‌ ପ୍ରାଣୀମାନଙ୍କ ଉପରେ ନୂତନ ଉପତ୍ାଦର ପରୀକ୍ଷଣ ସକାଶେ ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଉକ୍ତ ପରୀକ୍ଷଣରେ ବହୁ ପ୍ରାଣୀ ଭୀଷଣ ପ୍ରଭାବିତ ହେଉଛନ୍ତିି। ପେଟାର ଏକ ଆକଳନ ମୁତାବକ ଏଥିରେ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ପ୍ରାଣୀ ପ୍ରଭାବିତ ହୁଅନ୍ତି କିମ୍ବା ମୃତ୍ୟୁମୁଖରେ ପଡ଼ନ୍ତି।
ପ୍ରସାଧନ ଶିଳ୍ପ ବିକାଶରେ ଆମେରିକା ଆଗରେ ଥିବାବେଳେ ତା’ ପଛକୁ ଅଛନ୍ତି ଚାଇନା ଏବଂ ଜାପାନ । ଏହାର ମୋଟ୍‌ ବଜାରର ପାଖାପାଖି ୪୫% ଏମାନଙ୍କ ହାତରେ ଅଛି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରତିକୂଳ ପରିବେଶ ଓ ବନାଗ୍ନିରେ ବହୁ ପ୍ରାଣୀ ବିଲୁପ୍ତହେବାକୁ ବସିଥିବାବେଳେ ପ୍ରସାଧନ ଶିଳ୍ପର ଚଡ଼କ ପ୍ରାଣୀ ବିନାଶର ପଥକୁ ଆହୁରି ଉନ୍ମୁକ୍ତ କରିଚାଲିିଛି। ତେବେ ଏହି ଶିଳ୍ପର କ୍ଷତିକାରକ ପ୍ରଭାବ ଏତିକିରେ ଅଟକି ନାହିଁ । ଏଥିରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟ ପରିବେଶଗତ ସମସ୍ୟାର କାରଣ ପାଲଟିଛି। ବାୟୁ, ଜଳ ପ୍ରଦୂଷଣରେ ଏହାର ଭୂମିକା ରହୁଥିବାବେଳେ ଶସ୍ୟ ଉପତ୍ାଦ ହ୍ରାସ ଓ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି। ପ୍ରତିବର୍ଷ ପ୍ରସାଧନ ଶିଳ୍ପର ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ବଢ଼ିବାରେ ଲାଗିଛି ଓ ୨୦୫୦ ସୁଦ୍ଧା ଏହାର ପରିମାଣ ବାର୍ଷିକ ୧୨,୦୦୦ ମେଟ୍ରିନ ଟନ୍‌ରେ ପହଞ୍ଚିବ ବୋଲି ବୈଜ୍ଞାନକମାନଙ୍କ ମତ। ଜୀବନଶୈଳୀରେ ପ୍ରସାଧନ ସାମଗ୍ରୀର ଚାହିଦାକୁ ଲକ୍ଷ୍ୟକରି ପ୍ରସାଧନ ଶିଳ୍ପ ଏକ ବିକଶିତ ସ୍ତରରେ ପହଞ୍ଚିଲାଣି। ଏ କ୍ଷେତ୍ରରେ ପ୍ରାଣୀ ଶରୀରରେ ପରୀକ୍ଷଣ କିମ୍ବା ପ୍ଲାଷ୍ଟିକ ପ୍ୟାକେଜିଂ ପଦ୍ଧତିରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ନଚେତ୍‌ ପ୍ରାଣୀ ଓ ପରିବେଶକୁ ଅଣଦେଖା କରି ଧାଉଁଥିବା ସୌନ୍ଦର୍ଯ୍ୟ ପାଗଳ ମଣିଷ ପୃଥିବୀର ଅଶେଷ କ୍ଷତି ଘଟାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri