ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ ଅନତିଦୂରରେ ୨ଲୁଟେରା ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜଣେ ମହିଳା ଏମ, ମାଣିକ୍ୟାମ୍ବାଙ୍କଠାରୁ ୩୫ଗ୍ରାମ ଓଜନର ଏକ ସୁନାଚେନ୍‌ ଲୁଟି ଫେରାର୍‌ ହୋଇ ଯାଇଛନ୍ତି । ମହିଳା ଜଣକ ଏତଲା ଦେବା ପରେ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏହାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ଏମ, ମାଣିକ୍ୟାମ୍ବା ଅତାବିରା ଥାନା ବାବେବିରାରେ ଏକ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଲା ପରେ ନିଜ ପୁଅ ଏମ. ଜାନକୀ ରାମାରାଓଙ୍କ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ । ଫେରିବା ବାଟରେ ୨ଲୁଟେରା ସେମାନଙ୍କୁ ପିଛା କରି ସୁନାଚେନ୍‌ ଝାମ୍ପି ନେଇ ବରଗଡ଼ ପଟକୁ ଫେରାର୍‌ ହୋଇ ଯାଇଥିଲେ।

 

Odisha’s No.1 Odia Daily

Share