Categories: ଫୁରସତ

ଗଛରେ ବିଶ୍ରାମ ନେଉଥିଲା ସାପ; ତଳେ ଥିବା ନେଉଳ କ’ଣ କଲା ଦେଖନ୍ତୁ ଭିଡିଓ

ନାଶିକ, ୯।୯: ସାପ ଓ ନେଉଳ ମଧ୍ୟରେ ଲଢ଼େଇ ବେଶ୍‌ ପ୍ରସିଦ୍ଧ। ଉଭୟଙ୍କ ମଧ୍ୟରେ ଲଢ଼େଇ ସୋସିଆଲ ମିଡିଆରେ ବହୁଳ ଭାବରେ ଦେଖିବାକୁ ମିଳିଥାଏ। ଏଭଳି ଏକ ନେଉଳ ଓ ସାପ ମଧ୍ୟରେ ଲଢ଼େଇର ଭିଡିଓ ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପଶ୍ଚିମ-ନାଶିକର ଡିସିଏଫ୍‌ ଏକ ଭିଡିଓ ଶେୟାର କରିଛନ୍ତି।

ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଗଛ ଡାଳରେ ଏକ ବିଷାକ୍ତ ସାପ ବିଶ୍ରାମ ନେଉଛି। ଏହି ସମୟରେ ତଳେ ଯାଉଥିବା ଏକ ନେଉଳର ନଜର ସାପ ଉପରେ ପଡ଼ିଛି। ଏହାପରେ ନେଉଳଟି ହଠାତ୍‌ ଝାମ୍ପ ମାରି ସାପର ମୁହଁକୁ କାମୁଡ଼ି ଧରି ପକାଇଥିଲା। ନେଉଳଟି ଏହାପରେ ସାପକୁ ଘୋଷାରି ଘୋଷାରି ତଳକୁ ଆଣିଥିଲା। ସାପର ମୁହଁକୁ ନେଉଳଟି ଏପରି ଭାବରେ କାମୁଡ଼ି ଧରିଥିଲା ଯେ, ସେ କିଛି କରିପାରି ନ ଥିଲା। ଏହାପରେ ନେଉଳଟି ସାପକୁ ଭିଡ଼ି ଭିଡ଼ି ବୁଦା ଆଢ଼ୁଆଳକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା।

Share