ସାପ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଗୁଣପୁର,୧୬l୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧୀନ କୁଜେନ୍ଦ୍ରି ଗ୍ରାମରେ ଅବସ୍ଥାପିତ ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ବାଇରୁ ଗମାଙ୍ଗ ଶିଶୁ ସଦନ କନ୍ୟାଶ୍ରମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସପକାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ଡିମ୍ପଲ ମେଲକା।

ଝିଅକୁ ସାପ କାମୁଡ଼ିଥିବା ଜାଣି ବାପା ତ୍ରିପତି ମେଲକା ତୁରନ୍ତ ତାଙ୍କୁ ରାମନାଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡିମ୍ପଲଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଡିମ୍ପଲ ତୃତୀୟ ଶ୍ରେଣୀରେ ପଢୁଥିଲେ । ଡିମ୍ପଲଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ଡିମ୍ପଲ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କରି ବିୟୋଗରେ ଅନ୍ତେବାସୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Share