ସାପ ସ୍ବପ୍ନ ଦେଖୁଛନ୍ତି କି.. ଜାଣନ୍ତୁ କ’ଣ ଥାଏ ଭବିଷ୍ୟବାଣୀ

ନିଦ ଅଛି ତ ସ୍ବପ୍ନ ଅଛି। କହିବାର ତାତ୍ପର୍ଯ୍ୟ ଶୋଇବା ପରେ କିଛି ନା କିଛି ସ୍ବପ୍ନ ଆମେ ଦେଖିଥାଉ। ସ୍ବପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ପପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ସେଗୁଡ଼ିକ ଆଗାମୀ ଭବିଷ୍ୟତ ସମ୍ପର୍କରେ ପ୍ରଥମରୁ ସତର୍କ କରାଇଥାଏ। ସେଭଳି ଏକ ସ୍ବପ୍ନ ହେଉଛି ସାପ ସ୍ବପ୍ନ।

ଅଧିକାଂଶ ଲୋକ ସାପ ସ୍ବପ୍ନ ଦେଖିଥାନ୍ତି। ଏହା ଶୁଭ ଅଥବା ଅଶୁଭ ହୋଇପାରେ। କାରଣ ଏହା ସାପର ରଙ୍ଗ ଉପରେ ନିର୍ଭର କରିଥାଏ..

-ଧଳା ରଙ୍ଗର ସାପ ସ୍ବପ୍ନରେ ଦେଖିବା ଶୁଭ। ଏହାର ଅର୍ଥ ଆଗାମୀ ଦିନରେ ଆପଣଙ୍କୁ ଧନପ୍ରାପ୍ତିର ସୁଯୋଗ ରହିଛି।
-ମାଟିଆ ରଙ୍ଗର ସାପ ଗଛ ଉପରେ ଚଢ଼ୁଥିବା ଦେଖିଲେ ଶିଘ୍ର ଚାକିରି ମିଳିବା ଅଥବା ବ୍ୟବସାୟରେ ଉନ୍ନତି ହେବା ସଙ୍କେତ ରହିଥାଏ।

-ରଙ୍ଗବେରଙ୍ଗର ସାପ ଦେଖିବା ଅର୍ଥ ଆପଣ ବଡ଼ ମଣିଷ ହେବେ। ଏଥିରୁ ଆପଣଙ୍କୁ କେହି ରୋକି ପାରିବେ ନାହିଁ।

-ହଳଦିଆ ରଙ୍ଗର ସାପ ଦେଖିବା ଅର୍ଥ ଆପଣଙ୍କୁ କୌଣସି ନା କୌଣସି କାରଣରୁ ଘର ଛାଡ଼ିବାକୁ ପଡ଼ିପାରେ। ଏହା ବିଦେଶ ଯାତ୍ରାର ମଧ୍ୟ ସଂଙ୍କେତ ହୋଇଥାଏ।

– ସ୍ବପ୍ନରେ କଳା ନାଗ ଦେଖିବାର ଅର୍ଥ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି। ଏଥିସହ ମାନ ସମ୍ମାନ ବଢ଼ିବାର ସମ୍ଭାବନା ରହିଛି। ଯଦି ଆପଣ ଚାକିରି କରୁଛନ୍ତି ତେବେ ପ୍ରମୋଶନ ପକ୍କା। ଦରମା ମଧ୍ୟ ବଢ଼ିପାରିବ। କୁହାଯାଏ ସ୍ବପ୍ନରେ ଲମ୍ବା କଳା ସାପ ଦେଖିଲେ ସମସ୍ତ ଅଟକିଥିବା କାମ ହେବାର ସମ୍ଭାବନା ରହିଛି।

-ସ୍ବପ୍ନରେ ଲାଲ ରଙ୍ଗ ସାପ ଦେଖିଲେ ବାସ୍ତବିକ ଜୀବନରେ କରୁଥିବା କାମକୁ ରେକିଦେବା ଉଚିତ।

-ସୁନେଲୀ ରଙ୍ଗର ସାପ ସହ କୌଣସି ଧାର୍ମିକ ସ୍ଥଳ ଦେଖିବାର ଅର୍ଥ ମନୋସ୍କାମନା ପୂର୍ଣ୍ଣ ହେବା ଲାଗି ଆପଣ ଯାଚିଥିବା କିଛି ଦାନ ବିଷୟରେ ଆପଣ ଭୁଲିଯାଇଛନ୍ତି। ଏଣୁ ତୁରନ୍ତ ତାହା ଦେବାକୁ ଚେଷ୍ଟା କରନ୍ତୁ।

-ଯଦି ସ୍ବପ୍ନରେ କଳା ନାଗ ବଡ଼ ବଡ଼ ଆଖି କରି ଚାହିଁଥିବା ଦେଖନ୍ତି, ତେବେ ଏହା ଅର୍ଥ ଆପଣଙ୍କ ଇଷ୍ଟ ଦେବ ରାଗିଛନ୍ତି।

-ଲାଲ ସାପ ଦେଖିବାର ଅର୍ଥ ଆପଣଙ୍କୁ କାହାଠାରୁ ଧୋକା ମିଳିପାରେ।