ପିଇବା ପାଣି ପାଇପ୍‌ରୁ ବାହାରୁଛି ସାପ…

ଭୋପାଳ,୩୧।୫: ପିଇବା ପାଣି ପାଇପ୍‌ରୁ ଛୋଟ ଛୋଟ ସାପ ଛୁଆ ବାହାରୁଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଟିକମ୍‌ଗଡ଼ରେ ସରକାରୀ ସପ୍ଲାଏ ପାଣି ପାଇପ୍‌ରୁ ପାଣି ସହିତ ସାପ ବାହାରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ ନଗର ପାଳିକା ଅଧିକାରୀ ଏହାର ତଦନ୍ତ କରୁଛନ୍ତି। ଦୁଇଜଣ ଲୋକ ଏଭଳି ଅଭିଯୋଗ କରିଥିବା ନଗରପାଳିକା ପକ୍ଷରୁ କୁହାଯାଇଛି। ପାଣି ପାଇପ୍‌ରୁ ସାପ ବାହରୁଥିବାର ୨୧ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍‌ କରାଯାଇଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ଟେହରି ଅଞ୍ଚଳରେ ବାସ କରୁଥିବା ଶିବମ୍‌ ଶର୍ମା ଏବଂ ଭଗବାନ ପ୍ରସାଦ ବିଶ୍ୱକର୍ମାଙ୍କ ପାଣି ପାଇପ୍‌ରୁ ସାପ ବାହାରିବା ଅଭିଯୋଗ ମିଳିବା ପରେ ଏହା ଯାଞ୍ଚ୍‌ କରାଯାଇଥିବା ଜଳ ଯୋଗାଣ ମୁଖ୍ୟ ଅସୀମ ତିର୍କୀ ସୂଚନା ଦେଇଛନ୍ତି। କେତେକ ଲୋକ ପାଣି ପାଇପ୍‌ରୁ ଦୁର୍ଗନ୍ଧଯୁକ୍ତ ପାଣି ସହିତ ପୋକଜୋକ ଆସୁଥିବା ମଧ୍ୟ ଅଭିଯୋଗ କରିଥିବା ସେ କହିଛନ୍ତିି। ତେବେ ମୁଖ୍ୟ ସପ୍ଲାଏ ପାଇପ୍‌ରୁ ଏଭଳି କୌଣସି ଅଘଟଣ ଘଟିବା କଷ୍ଟକର ତେବେ ଏହି ଅଞ୍ଚଳକୁ ସପ୍ଲାଏ କରାଯାଉଥିବା ପାଇପ୍‌ ଢାଙ୍କୁଣି ଖୋଲା ରହିଥିବା ଜଣାପଡ଼ିଛି। ଫଳରେ ଏହା ପାଖରେ ଥିବା ନାଳ ପାଣି ଏଥିରେ ମିଶିଥିବାରୁ ଆଶଙ୍କା କରାଯାଉଥିବା ସେ କହିଛନ୍ତି।

Share