Categories: ଫୁରସତ

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଏକ କୁକୁଡ଼ା ସାପକୁ ଅସ୍ତବ୍ୟସ୍ତ କରିପକାଉଛି। ଶେଷରେ ସାପଟି ପଳାୟନ କରିବାକୁ ବାଧ୍ୟ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଛି।

ଯଦିଓ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ମଜାଦାର ଭିଡିଓ ଶେୟାର କରାଯାଇଥାଏ, ହେଲେ ସେଥିରୁ କିଛି ଭିଡିଓକୁ ବିଶ୍ୱାସ କରିବା କଷ୍ଟକର। ସେଭଳି କିଛି ତଳେ ଦିଆଯାଇଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ। ଭିଡିଓରେ କୁକୁଡା ଭାଡି ନିକଟରେ ଏକ କଳା ରଙ୍ଗର ସାପ ଗୁଡାଇ ହୋଇ ଶୋଇଥିବା ଦେଖାଯାଉଛି। ଜଣେ ବ୍ୟକ୍ତି ଉକ୍ତ ସାପଟିକୁ ବାଡିରେ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ବିଫଳ ହେଉଛନ୍ତି। ଶେଷରେ ଏକ କୁକୁଡ଼ା ଝାମ୍ପ ମାରି ସାପକୁ ତଳକୁ ପକାଉଛି। ପରେ ତା ଉପରେ ଆକ୍ରମଣ କରୁଛି। ଏହା ଦେଖି ସାପ ମଧ୍ୟ ଭୟଭୀତ ହେଉଛି। ନିଜ ଜୀବନ ବଞ୍ଚାଇବା ଲାଗି ସାପ ସେଠାରୁ ପଳାଉଛି। ଭିଡିଓକୁ ‘ଭାଇରାଲ ହଗ୍‌’ ଟୁଇଟରରେ ଶେୟାର କରିଛି। କିଛି ଲୋକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।

Share