Posted inଜାତୀୟ

୩ ଭଉଣୀଙ୍କୁ କାମୁଡ଼ିଲା ସାପ, ରାତି ସାରା ଚାଲିଲା ଝଡ଼ାଫୁଙ୍କା; ଆଉ ସକାଳେ…

ରାଞ୍ଚି, ୨୦।୧୦: ଝାଡ଼ଖଣ୍ଡର ସିମଡେଗାଠାରେ ସାପ କାମୁଡ଼ିବା ପରେ ଅନ୍ଧବିଶ୍ୱାସ ହେତୁ ୩ ଭଉଣୀଙ୍କ ଜୀବନ ଚାଲିଯାଇଛି। ରାତିରେ ଚଟାଣରେ ଶୋଇଥିବାବେଳେ ୩ ଭଉଣୀଙ୍କୁ ସାପ କାମୁଡ଼ିଥିଲା। ଏହାପରେ ୩ ଭଉଣୀଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସାରାରାତି ଝଡ଼ାଫୁଙ୍କାରେ ସମୟ ନଷ୍ଟ କରିଥିଲେ। ଏହାପରେ ସକାଳେ ୩ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ଝଡ଼ାଫୁଙ୍କାରେ ୩ ଭଉଣୀ ଆରୋଗ୍ୟ ଲାଭ କରିପାରି ନ ଥିଲେ। ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଇବା ପରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ସେଥିରେ ବିଶ୍ୱାସ ଯାଇ ନ ଥିଲେ। ପୁଣିଜଣେ ବଡ଼ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିବା ପାଇଁ ସେମାନେ ଓଡ଼ିଶା ଅଭିମୁଖେ ବାହାରିଥିଲେ ବୋଲି ଜଣାପଡ଼ିଛି। ମୃତ ୩ ଭଉଣୀଙ୍କ ନାମ ଅଙ୍କିତା ଲାକ୍ରା (୧୨ ବର୍ଷ), ହର୍ଷିତା ଲାକ୍ରା (୧୦) ଓ ଏଡାଲିନ୍‌ ଏକ୍କା (୮)। ଗ୍ରାମରେ ମୋବାଇଲ୍‌ ନେଟ୍‌ଓ୍ବର୍କ ନ ଥିବା ଯୋଗୁ ପରିବାର ଲୋକ ଆମ୍ବୁଲାନ୍ସ ଡାକି ନ ପାରି ଅନ୍ଧବିଶ୍ୱାସର ସାହାର ନେଇଥିଲେ ବୋଲି ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ପଣ୍ଡିତ ଦିନଦୟାଲ...

ଦୀପାବଳିରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର ହେବ ଧନ ପ୍ରାପ୍ତି…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ: ୧୨ ଭାଜପା ବିଧାୟକ ନିଲମ୍ବିତ

ମୁମ୍ବାଇ,୫।୭: ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ଭାଜପାର ସଦସ୍ୟମାନେ ଓବିସି ସଂରକ୍ଷଣକୁ...

ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା

ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ...

ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା

ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...

ସମ୍ପର୍କ ଯୋଡ଼ିବାର ମାଧ୍ୟମ

୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ...

ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଫଡ୍‌ନବିସ

ମୁମ୍ବାଇ,୨୪।୩: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରିବା ଲାଗି ନିଲମ୍ବିତ ପୋଲିସ ଅଫିସର ସଚିନ ଓ୍ବାଜେଙ୍କ ସମେତ...

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ...

Advertisement
Archives

Model This Week