ସର୍ପ ଦଂଶନ ଓ ଅନ୍ଧବିଶ୍ୱାସ

ଗତ କିଛିଦିନ ହେଲା ଲଗାତର ଭାବେ ସର୍ପଦଂଶନ ମୃତ୍ୟୁ ଖବର ଅନେକଙ୍କୁ ଭୟଭୀତ କରୁଛି।  ମାସେ ତଳେ କେନ୍ଦୁଝର ଜିଲାର ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ୭ରୁ ୧୨ ବର୍ଷ ବୟସର ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ହେବା ଓ ନିକଟରେ ବୌଦ୍ଧ ଜିଲା ହରଭଙ୍ଗା ଅଞ୍ଚଳରେ ସାପ କାମୁଡ଼ାରେ ଗୋଟିଏ ପରିବାରର ତିନି ଭଉଣୀଙ୍କ ଅକାଳରେ ଜୀବନ ଯିବା ଭଳି ଅପ୍ରତ୍ୟାଶିତ ଅଘଟଣ ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦାୟକ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ଷାଦିନେ ସାପ ଅଣ୍ତାରୁ ଛୁଆ ବାହାରନ୍ତି ଓ ସାପ ସଂଖ୍ୟାରେ ବୃଦ୍ଧି ଘଟେ ା ବିଶେଷ କରି ଏହି ସମୟରେ ବର୍ଷା ଯୋଗୁ ଗାତଗୁଡ଼ିକ ପାଣିରେ ଭରି ଯାଉଥିବାରୁ ସାପମାନେ ବାହାରକୁ ଚାଲି ଆସି ଜନବସତିମୁହଁା ହୁଅନ୍ତି ା ପୁନଶ୍ଚ ଏହି ସମୟରେ ଚାଷ କାର୍ଯ୍ୟ ଚାଲୁଥିବାରୁ ଜମିକୁ ଯାଉଥିବା ଚାଷୀ ପରିବାର ଅଧିକାଂଶରେ ସର୍ପଦଂଶନର ଶିକାର ହେଉଥିବା ଦେଖିବାକୁ ମିଳେ।
ସର୍ପଦଂଶନ ଏକ ବିପର୍ଯ୍ୟୟ ଭାବରେ ଉଭା ହୋଇଥିଲେ ହେଁ ଏହାର ସମୁଚିତ ବିଧାନ ଏଯାଏ ହୋଇପାରି ନାହିଁ। ଆମ ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଏନେଇ ଆବଶ୍ୟକ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଯଦିଓ ଡାକ୍ତରଖାନାଗୁଡ଼ିକରେ ଆଣ୍ଟି ଭେନ୍‌ସ ଇଞ୍ଜେକଶନର ଉପଲବ୍ଧତା ରହିଛି କିନ୍ତୁ ଉନ୍ନତମାନର ଚିକିତ୍ସା ଓ ଆଇସିୟୁ ସୁବିଧା ଏବଂ ଠିକ୍‌ ଡାଇଗ୍ନୋସିସ୍‌ ହୋଇ ନ ପାରିବା କାରଣରୁ ଅକାଳରେ ସାପକାମୁଡ଼ା ରୋଗୀଙ୍କ ଜୀବନ ଚାଲିଯାଉଛି ା ଅପରପକ୍ଷେ ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ଆମେ କିଭଳି ସତର୍କତା ଅବଲମ୍ବନ କରିବୁ ତା’ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବର୍ଷାମାସରେ ଘର ଚାରି ପାଖର ଲଟାବୁଦା ସଫା କରିବା ସହ ରାତିରେ ଚଟାଣ ଉପରେ ନ ଶୋଇ ଖଟରେ ମଶାରି ଟାଣି ଶୋଇଲେ ଅନେକାଂଶରେ ସାପ କାମଡ଼ାରୁ ରକ୍ଷା ପାଇହେବ। ଅନ୍ଧାରରେ ବାହାରକୁ ଯିବାକୁ ପଡ଼ିଲେ ଟର୍ଚ୍ଚ ଲାଇଟ ନିଶ୍ଚିତ ବ୍ୟବହାର କରିବା ଦରକାର। ଘର ଚାରିପଟେ କଳା ଫିନାଇଲ, ଗ୍ରାମାକସିନ, ବ୍ଲିଚିଙ୍ଗ ପାଉଡ଼ର ଆଦି ସିଞ୍ଚନ କରିବା ଦ୍ୱାରା ଏହାର ଗନ୍ଧରେ ସାପ ଘରେ ପଶନ୍ତି ନାହିଁ।
ବିଡ଼ମ୍ବନାର ବିଷୟ ହେଉଛି, ସାପ କାମୁଡ଼ା ପରବର୍ତ୍ତୀ ଅନ୍ଧବିଶ୍ୱାସ। ସାପ କାମୁଡ଼ା ରୋଗୀକୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନ ନେଇ ଗୁଣିଆ ପାଖରେ ଝଡ଼ାଫୁଙ୍କା କରାଇବାକୁ ଲୋକେ ଏବେ ବି ପ୍ରାଥମିକତା ଦେଉଛନ୍ତି ା କେହି କେହି ସାପ କାମୁଡ଼ା ସ୍ଥାନରେ ଟାଇଟ୍‌ କରି ରଶି ବାନ୍ଧି ଦିଅନ୍ତି, କାମୁଡ଼ା ଜାଗାକୁ ବ୍ଲେଡ୍‌ରେ କାଟି ରକ୍ତ ବାହାର କରିଦେବା କିମ୍ବା କ୍ଷତ ସ୍ଥାନରେ ନିଆଁ ଚେଙ୍କ ମଧ୍ୟ ଦିଅନ୍ତି। ରୋଗୀକୁ ଲୁଣ, ବିଭିନ୍ନ ଗଛର ଚେର, ପାଦୁକ ପାଣି ଆଦି ଖୁଆନ୍ତି ା ଏହା ଦ୍ୱାରା ଅଯଥାରେ ବିଳମ୍ବ ଘଟି ଗୁରୁତର ଅବସ୍ଥାକୁ ଆସିଲା ବେଳକୁ ରୋଗୀକୁ ବଞ୍ଚାଇବା ଆଉ ସମ୍ଭବ ହୁଏ ନାହିଁ। କହିବାକୁ ଗଲେ ସାପ କାମୁଡ଼ା ରୋଗୀ ତା’ର ନିଜ ଲୋକଙ୍କ ଦ୍ୱାରା ହିଁ ଅବହେଲାର ଶିକାର ହୋଇ ଶେଷରେ ମୃତ୍ୟୁ ମୁଖରେ ପଡ଼େ। ଏଭଳି ଅପରିଣାମଦର୍ଶୀ ଘଟଣା ସମାଜର ପ୍ରାୟ ସମସ୍ତ ବର୍ଗର ଲୋକଙ୍କଠାରେ ଦେଖିବାକୁ ମିଳିବା ନିହାତି ଚିନ୍ତାର ବିଷୟ।
ସାପ କାମୁଡ଼ାରେ ୨୦୧୮-୧୯ରେ ଆମ ରାଜ୍ୟରେ ୧୦୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯-୨୦ରେ ୯୫୧, ୨୦୨୦-୨୧ରେ ୧୦୪୪, ୨୦୨୧-୨୨ରେ ୮୪୪ ଓ ୨୦୨୨-୨୩ ମସିହାରେ ୧୦୦୦ ଜଣଙ୍କର ଜୀବନ ଯାଇଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି ା ତେବେ ଅନ୍ଧବିଶ୍ୱାସ ଯୋଗୁ ଅନେକ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉ ନ ଥିବାରୁ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ଢେର ଅଧିକ ହେଉଥିବା ମଧ୍ୟ ଚର୍ଚ୍ଚା ହୁଏ।
ସର୍ପଦଂଶନର ପ୍ରଥମ ଗୋଟିଏ ଘଣ୍ଟା ଅତ୍ୟନ୍ତ ମୂଲ୍ୟବାନ୍‌ ବୋଲି ବିଶେଷଜ୍ଞ ମତ ଦିଅନ୍ତି ା କୌଣସି ପ୍ରକାର ବିଭ୍ରାନ୍ତିରେ ନ ପଡ଼ି ଯଦି ଏହି ସମୟ ମଧ୍ୟରେ ସମୁଚିତ ଡାକ୍ତରୀ ଚିକିତ୍ସା କରାଯାଇ ପାରିବ ତେବେ ରୋଗୀର ଜୀବନ ବଞ୍ଚିଯିବାର ସମ୍ଭାବନା ଖୁବ୍‌ ଅଧିକ ଥାଏ ା ତେଣୁ ସର୍ପଦଂଶନର ପ୍ରଥମ ଏକ ଘଣ୍ଟାକୁ ଗୋଲ୍‌ଡେନ ଆଓ୍ବାର ବା ‘ସୁବର୍ଣ୍ଣ ଘଣ୍ଟା’ ବୋଲି କୁହାଯାଇଥାଏ ା କିନ୍ତୁ ଠିକ୍‌ ଏହି ସମୟରେ ହିଁ ନାନା ବ୍ୟକ୍ତି ନାନା କଥା କହି ରୋଗୀ ଓ ତା’ର ସମ୍ପର୍କୀୟଙ୍କୁ ବିଭ୍ରାନ୍ତ କରିଥାନ୍ତି ା ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଅବଧିରେ କୌଣସି ପ୍ରକାର ବିଭ୍ରାନ୍ତିକର କଥାରେ ନ ପଡ଼ି ସମୁଚିତ ଡାକ୍ତରୀ ଚିକିତ୍ସା କରାଇପାରିଲେ ସର୍ପାଘାତ ରୋଗୀ ଆରୋଗ୍ୟ ହେବାର ସମ୍ଭାବନା ବଢ଼ିଯିବ ା
ସିନାପାଲି, ନୂଆପଡ଼ା
ମୋ: ୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri