ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଜଣେ ଶ୍ରମିକଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସେ ହେଲେ ଟୁଟୁ ଭୁଁୟା। ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିଛି। ଥାନାରେ ଅପମୃତ୍ୟୁ ମାମଲା (ନଂ.୧୯/୨୫) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୋମବାର ସନ୍ଧ୍ୟାରେ ଟୁଟୁ ଗ୍ରାମର ଏକ ଟ୍ରାକ୍ଟରରେ ଇଟା ଲୋଡ କରୁଥିବା ବେଳେ ତାଙ୍କ ହାତକୁ କୌଣସି ଏକ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେତବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଟୁଟୁଙ୍କ ସ୍ତ୍ରୀ ହାଡ଼ିଆଣି ଭୁଁୟା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

