ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଶ୍ରମିକ ତୁଳସୀ ବଗର୍ତ୍ତୀ (୪୫) ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଲଧା ନିକଟରେ ଏକ ବ୍ରିଜ୍‌ ନିର୍ମାଣ କାମ ଚାଲିଛି। ସେଠାରେ ଶ୍ରମିକମାନେ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତିରେ ଶ୍ରମିକମାନେ ଖାଇପିଇ ସାରି ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିଲା। ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ସମସ୍ତଙ୍କୁ ତୁରନ୍ତ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

ମୃତକମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ଉଭୟ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ତୁଳସୀ ବଗର୍ତ୍ତୀ (୪୫) ନୂଆପଡ଼ା ଜିଲା  ମୁଖ୍ୟ ଚିକିତ୍ସାଳରୁ ବୁର୍ଲା ସ୍ଥାନାତର  ହୋଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri