ପଶ୍ଚିମବଙ୍ଗକୁ ଶାମୁକା ଚୋରାଚାଲାଣ

ଲଙ୍ଗଳେଶ୍ୱର, ୨୩।୧:ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଶାମୁକା ଚୋରାଚାଲାଣ ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟବସାୟୀ ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ପ୍ରତି ସପ୍ତାହରେ ପ୍ରାୟ ୨ଶହ କୁଇଣ୍ଟାଲରୁ ଊଦ୍ଧର୍‌ବ ଶାମୁକା ଦଲାଲଙ୍କ ମାଧ୍ୟମରେ ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଛି। ଦିନ ଦ୍ୱିପ୍ରହରରେ ସମୁଦ୍ର ବେଳାଭୂମିରୁ ଜାଲ ସାହାଯ୍ୟରେ ଶାମୁକା ସଂଗ୍ରହ କରାଯାଇ ପାହାଡ଼ ଭଳି ଗଦା କରାଯାଉଥିଲେ ହେଁ ବିଭାଗୀୟ ଅଧିକାରୀ ଜାଣି ମଧ୍ୟ ନୀରବ ରହୁଛନ୍ତି। ଏହା ପରୋକ୍ଷରେ ଅସାଧୁ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଆଲୋଚନା ହେଉଛି।
ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ପଞ୍ଚାୟତର ଅଧିକାଂଶ ଲୋକ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କେତେଜଣ ଅସାଧୁ ଲୋକ ବେଆଇନ ଭାବେ ଶାମୁକା ବିକ୍ରି କରି ମାଲେମାଲ ହେଉଥିବା ବେଳେ ସରକାର ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛନ୍ତି। ଏସବୁ ଶାମୁକାରୁ ଚୂନ, କୁକୁଡ଼ା ଖାଦ୍ୟ ଓ ମାଛ ଖାଦ୍ୟ ତିଆରି ହୋଇଥାଏ। ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂଗୃହୀତ ଶାମୁକାକୁ ବସ୍ତା ପ୍ରତି ୫୦ରୁ ୧୦୦ ଟଙ୍କାରେ କିଣି ଏହାକୁ ପଶ୍ଚିମବଙ୍ଗରେ କୁଇଣ୍ଟାଲ ପ୍ରତି ୪ରୁ ୫ ହଜାର ଟଙ୍କାରେ ବିକ୍ରି କରି ଦଲାଲ ମାଲେମାଲ ହେଉଛନ୍ତି । ଶାମୁକାର ଚାହିଦାକୁ ନଜରରେ ରଖି ଅଧିକ ସଂଗ୍ରହ ଲକ୍ଷ୍ୟରେ ଧରାଳିମାନେ ମଧ୍ୟ ବଡ଼ ବଡ଼ ଜାଲ ବସାଉଛନ୍ତି। ଜାଲ ଭିତରେ ଜିଅନ୍ତା ଶାମୁକା ସମେତ ମାଛ ଯାଅଁାଳ ମଧ୍ୟ ପଡ଼ି ନଷ୍ଟ ହେଉଛି। ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସମୁଦ୍ରରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ଏହି ନିୟମକୁ ଶାମୁକା ମାଫିଆମାନେ ଊଲ୍ଲଂଘନ କରିଚାଲିଛନ୍ତି। ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଜମ୍ଭିରାଇ ପଞ୍ଚାୟତର ୨୦୦ରୁ ଊଦ୍ଧର୍‌ବ ଲୋକ ପ୍ରତ୍ୟେକ ଦିନ ସମୂଦ୍ର ବେଳାଭୂମିରେ ଛୋଟ ଫାଶ ଥିବା ଜାଲ ବସାଇଥାନ୍ତି। ସମୁଦ୍ରରେ ଜୁଆର ଆସିଲେ ପାଣି ସହ ଜୀବନ୍ତ ଓ ମୃତ ଶାମୁକା ଭାସି ଆସନ୍ତି। ଜୁଆର ଛାଡ଼ିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି। ଏହାପରେ ଶାମୁକା ସବୁ ଗୋଟାଇ ବେଳାଭୂମିର ବିଭିନ୍ନ ସ୍ଥାନରେ ପାହାଡ଼ ଭଳି ଗଦା କରି ରଖିଥାନ୍ତି। ଫଳରେ ବେଳାଭୂମି ଅପରିଷ୍କାର ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଭଲରେ ବୁଲାବୁଲି କରିପାରନ୍ତି ନାହିଁ। ଏହାବ୍ୟତୀତ ଏହି ଅଞ୍ଚଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଲୋକ ଶାମୁକା ଧରିବା ଲାଗି ଜାଲ ବସାଉଥିବାରୁ ଆଉ ଅଲିଭ ରିଡ୍‌ଲେ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ କରି ଜମ୍ଭିରାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଜଙ୍ଗଲ ବିଭାଗ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଶହ ଶହ ବସ୍ତା ଶାମୁକା ଗଦା ହୋଇରହିଛି।
ଏହି ବେଆଇନ ଶାମୁକା ଚାଲାଣ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବେଆଇନ ଚାଲାଣ ରୋକିବା ପାଇଁ ଜମ୍ଭିରାଇ ଗ୍ରାମର ଭାଗୀରଥ ମଣ୍ଡଳ, ଗୟା ପ୍ରସାଦ ଜେନା, ମୃତ୍ୟୁଞ୍ଜୟ ରାଉତ, ଜନ୍ମେଜୟ ଗିରି, ହେମନ୍ତ ପ୍ରଧାନ, ହରିପଦ କରଣ, ବିଜୟ ମାଝି, ରବୀନ୍ଦ୍ର ମହାନ୍ତି, ବିଜୟ କୁମାର ମଣ୍ଡଳ, ରାଜେଶ ଗଙ୍ଗାଇ ପ୍ରମୁଖ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି। ତେବେ ଜଙ୍ଗଲ ବିଭାଗ ଏନେଇ ପ୍ରତିବନ୍ଧକ ଲଗାଇଲେ ପରିବେଶ ସନ୍ତୁଳନ ସହ ମାଛ ଯାଆଁଳ ସବୁ ନଷ୍ଟ ହେବାରୁ ମଧ୍ୟ ରକ୍ଷା କରାଯାଇପାରନ୍ତା।
ସମ୍ପର୍କରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇ ବେଆଇନ ଶାମୁକା ଚାଲାଣ ବନ୍ଦ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri