ପଶ୍ଚିମବଙ୍ଗକୁ ଶାମୁକା ଚୋରାଚାଲାଣ

ଲଙ୍ଗଳେଶ୍ୱର, ୨୩।୧:ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଶାମୁକା ଚୋରାଚାଲାଣ ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟବସାୟୀ ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ପ୍ରତି ସପ୍ତାହରେ ପ୍ରାୟ ୨ଶହ କୁଇଣ୍ଟାଲରୁ ଊଦ୍ଧର୍‌ବ ଶାମୁକା ଦଲାଲଙ୍କ ମାଧ୍ୟମରେ ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଛି। ଦିନ ଦ୍ୱିପ୍ରହରରେ ସମୁଦ୍ର ବେଳାଭୂମିରୁ ଜାଲ ସାହାଯ୍ୟରେ ଶାମୁକା ସଂଗ୍ରହ କରାଯାଇ ପାହାଡ଼ ଭଳି ଗଦା କରାଯାଉଥିଲେ ହେଁ ବିଭାଗୀୟ ଅଧିକାରୀ ଜାଣି ମଧ୍ୟ ନୀରବ ରହୁଛନ୍ତି। ଏହା ପରୋକ୍ଷରେ ଅସାଧୁ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଆଲୋଚନା ହେଉଛି।
ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ପଞ୍ଚାୟତର ଅଧିକାଂଶ ଲୋକ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କେତେଜଣ ଅସାଧୁ ଲୋକ ବେଆଇନ ଭାବେ ଶାମୁକା ବିକ୍ରି କରି ମାଲେମାଲ ହେଉଥିବା ବେଳେ ସରକାର ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛନ୍ତି। ଏସବୁ ଶାମୁକାରୁ ଚୂନ, କୁକୁଡ଼ା ଖାଦ୍ୟ ଓ ମାଛ ଖାଦ୍ୟ ତିଆରି ହୋଇଥାଏ। ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂଗୃହୀତ ଶାମୁକାକୁ ବସ୍ତା ପ୍ରତି ୫୦ରୁ ୧୦୦ ଟଙ୍କାରେ କିଣି ଏହାକୁ ପଶ୍ଚିମବଙ୍ଗରେ କୁଇଣ୍ଟାଲ ପ୍ରତି ୪ରୁ ୫ ହଜାର ଟଙ୍କାରେ ବିକ୍ରି କରି ଦଲାଲ ମାଲେମାଲ ହେଉଛନ୍ତି । ଶାମୁକାର ଚାହିଦାକୁ ନଜରରେ ରଖି ଅଧିକ ସଂଗ୍ରହ ଲକ୍ଷ୍ୟରେ ଧରାଳିମାନେ ମଧ୍ୟ ବଡ଼ ବଡ଼ ଜାଲ ବସାଉଛନ୍ତି। ଜାଲ ଭିତରେ ଜିଅନ୍ତା ଶାମୁକା ସମେତ ମାଛ ଯାଅଁାଳ ମଧ୍ୟ ପଡ଼ି ନଷ୍ଟ ହେଉଛି। ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସମୁଦ୍ରରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ଏହି ନିୟମକୁ ଶାମୁକା ମାଫିଆମାନେ ଊଲ୍ଲଂଘନ କରିଚାଲିଛନ୍ତି। ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଜମ୍ଭିରାଇ ପଞ୍ଚାୟତର ୨୦୦ରୁ ଊଦ୍ଧର୍‌ବ ଲୋକ ପ୍ରତ୍ୟେକ ଦିନ ସମୂଦ୍ର ବେଳାଭୂମିରେ ଛୋଟ ଫାଶ ଥିବା ଜାଲ ବସାଇଥାନ୍ତି। ସମୁଦ୍ରରେ ଜୁଆର ଆସିଲେ ପାଣି ସହ ଜୀବନ୍ତ ଓ ମୃତ ଶାମୁକା ଭାସି ଆସନ୍ତି। ଜୁଆର ଛାଡ଼ିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି। ଏହାପରେ ଶାମୁକା ସବୁ ଗୋଟାଇ ବେଳାଭୂମିର ବିଭିନ୍ନ ସ୍ଥାନରେ ପାହାଡ଼ ଭଳି ଗଦା କରି ରଖିଥାନ୍ତି। ଫଳରେ ବେଳାଭୂମି ଅପରିଷ୍କାର ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଭଲରେ ବୁଲାବୁଲି କରିପାରନ୍ତି ନାହିଁ। ଏହାବ୍ୟତୀତ ଏହି ଅଞ୍ଚଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଲୋକ ଶାମୁକା ଧରିବା ଲାଗି ଜାଲ ବସାଉଥିବାରୁ ଆଉ ଅଲିଭ ରିଡ୍‌ଲେ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ କରି ଜମ୍ଭିରାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଜଙ୍ଗଲ ବିଭାଗ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଶହ ଶହ ବସ୍ତା ଶାମୁକା ଗଦା ହୋଇରହିଛି।
ଏହି ବେଆଇନ ଶାମୁକା ଚାଲାଣ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବେଆଇନ ଚାଲାଣ ରୋକିବା ପାଇଁ ଜମ୍ଭିରାଇ ଗ୍ରାମର ଭାଗୀରଥ ମଣ୍ଡଳ, ଗୟା ପ୍ରସାଦ ଜେନା, ମୃତ୍ୟୁଞ୍ଜୟ ରାଉତ, ଜନ୍ମେଜୟ ଗିରି, ହେମନ୍ତ ପ୍ରଧାନ, ହରିପଦ କରଣ, ବିଜୟ ମାଝି, ରବୀନ୍ଦ୍ର ମହାନ୍ତି, ବିଜୟ କୁମାର ମଣ୍ଡଳ, ରାଜେଶ ଗଙ୍ଗାଇ ପ୍ରମୁଖ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି। ତେବେ ଜଙ୍ଗଲ ବିଭାଗ ଏନେଇ ପ୍ରତିବନ୍ଧକ ଲଗାଇଲେ ପରିବେଶ ସନ୍ତୁଳନ ସହ ମାଛ ଯାଆଁଳ ସବୁ ନଷ୍ଟ ହେବାରୁ ମଧ୍ୟ ରକ୍ଷା କରାଯାଇପାରନ୍ତା।
ସମ୍ପର୍କରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇ ବେଆଇନ ଶାମୁକା ଚାଲାଣ ବନ୍ଦ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?