ଅବାଧରେ ଚାଲିଛି ବାଲି,ମାଟି ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୨୦ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସୁଯୋଗରେ ଅନେକ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ହେବାରେ ଲାଗିଛି। ପ୍ରଶାସନିକ ଅଧିକାରୀଙ୍କ ଜାଣତରେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି।
ଏଥିରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ହାତ ରହିଛି।
ସରକାରୀ ନୀତିନିୟମ ଉଲ୍ଲଂଘନ କରି ବେଆଇନ ବାଲି ଚାଲାଣକାରୀ, ମାଟିଇଟା ବେପାରୀ, ସୁଧ ବେପାରୀ, ଜଙ୍ଗଲରୁ ଗଛ ଚାଲାଣକାରୀ ଓ ସରକାରୀ ଜମି ଜବରଦଖଲକାରୀଙ୍କୁ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇର ଲାଇଫ୍‌ ଲାଇନ ବ୍ରାହ୍ମଣୀ ନଦୀରୁ ପ୍ରତିଦିନ ଶତାଧିକ ହାଇୱା ଗାଡ଼ିରେ ବାଲି, ମାଟି ଚୋରାଚାଲାଣ କରାଯାଉଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାଦେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଥିଲେ ସୁଦ୍ଧା ସେହି ବ୍ୟକ୍ତିମାନଙ୍କ ସହଯୋଗରେ ରାତି ଦିନ ବାଲି ଚାଲାଣ ହେଉଛି। ବେଆଇନ ବାଲି ଚାଲାଣ ହେବା ଦ୍ୱାରା ଅନେକ କୋଟି ଟଙ୍କାର ରାଜସ୍ବ ରାଜ୍ୟ ସରକାର ହରାଉଛନ୍ତି। ବାଲି ଚାଲାଣ ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଉର୍ଦ୍ଦିଷ୍ଟ ରାସ୍ତା ବିପଦସଙ୍କୁଳ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ଘରଦ୍ୱାରରେ ଜମି ରହୁଛି। ପାଟନାଳିର ପାଣିବାଟ ବନ୍ଦ କରାଯାଇଥିବାରୁ ଚାଷୀ ଚାଷ କରି ପାରୁନାହାନ୍ତି। ନଦୀ ଗତିପଥ ବଦଳାଇ ଚାଷ ଜମି ଓ ଗ୍ରାମ ଆଡକୁ ମାଡ଼ି ଆସୁଛି। ହେଲେ ସାଧାରଣ ଜନତା ଭୟରେ ମୁହଁ ଖୋଲୁ ନାହାନ୍ତି। ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖଲୋକ ହୋଇଥିବାରୁ ପୋଲିସ, ଜିଲାପ୍ରଶାସନ ଓ ତହସିଲ ପ୍ରଶାସନ ଏଥିପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଶେଷକରି ବେଲତଳ, ଦକ୍ଷିଣଦିଆ, ପଟ୍ଟାମୁଣ୍ଡାଇ ଓ ପୋଖରିଆପଡ଼ା ମୌଜାର ଅନେକ ଜାଗାକୁ କେତେଜଣ ବ୍ୟକ୍ତି ହେରଫେର କରିଛନ୍ତି। ସେମାନେ ସେହି ଜମିକୁ ନିଜ ନାମରେ କରି ବିକ୍ରି କରୁଛନ୍ତି। ଏବାବଦରେ ସ୍ଥାନୀୟ ତହସିଲଦାର ସବୁଜାଣି ମୁହଁ ନ ଖୋଲୁ ନାହାନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ନଦୀର ବାଲିଆ ମାଟି ଓ ଗ୍ରାମ୍ୟ ଜଙ୍ଗଲରୁ ବଡ଼ ବଡ଼ ଗଛ କଟାଯାଇ ବେଆଇନ ଭାବେ ଇଟାଭାଟି ଚାଲିଛି। ଏହାର ଧୂଅଁାରେ ବୟସ୍କ ଓ ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ହେଲେ ପ୍ରଶାସନ ନୀରବ ରହୁଛି। ଏପରି ବେଆଇନ କାରବାରକୁ ନେଇ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଗତ କିଛି ମାସ ହେଲା ବାଲି ଘାଟରେ ୧୪୪ ଧାରା ଲାଗୁ ପରେ ବି ବାଲି ଚାଲାଣ ହେଉଛି। ଖଣି ବିଭାଗ ସବୁ ଜାଣି ଚୁପ୍‌ ରହୁଛି। ଏହି କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଛି। ଅନ୍ୟପକ୍ଷେ ବାଲି ବେପାରୀଙ୍କ ପାଖଲୋକମାନେ ଗ୍ରାମବାସୀଙ୍କ କବଳରୁ ସୁରକ୍ଷା ଦେଉଛନ୍ତି। ଏଥିପାଇଁ ବେପାରୀ, ପ୍ରଶାସନିକ ଅଧିକାରୀ ଓ ସେହି ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟକୁ ମାସକୁ ମାସ ଚାନ୍ଦା ପହଞ୍ଚତ୍ ଯାଉଛି ବୋଲି ନିଜ ନାମ ଗୋପନ ରଖି ଜଣେ ଲିଜ୍‌ଧାରୀ କହିଛନ୍ତି। ଏଭଳି ବାଲି ଓ ମାଟି ଚାଲାଣ ଯୋଗୁ ଆମ ଖଣିଜ ସମ୍ପଦ ବିଲୁପ୍ତ ହେଉଛି ବୋଲି ଜିଲା ଓବିସି ସେଲ କଂଗ୍ରେସ ଅଧ୍ୟକ୍ଷ ମଳୟ ଦାସ, ବରିଷ୍ଠ ନେତା ରମାକାନ୍ତ ଦାଶ, ମାନସ ରଞ୍ଜନ ମହାନ୍ତି, ଧନେଶ୍ୱର ଦାସ, ଦିଲୀପ କୁମାର ସେଠୀ, ରବିନାରାୟଣ ମିଶ୍ର, ପ୍ରକାଶ ମହାନ୍ତି, ଜଗନ୍ନାଥ ମଳିକ ପ୍ରମୁଖ କହିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri