ରାଜଧାନୀରେ ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର,୨୬।୯୯(ବ୍ୟୁରୋ): ରାଜଧାନୀରେ ଚାଲିଛି ବନ୍ଧୁକ କାରବାର। ଛତିଶଗଡ଼ ଓ ବିହାରରୁ ଚୋରାରେ ବନ୍ଧୁକ ଆସି ଏଠାରେ ବିକ୍ରି ହେଉଛି। ଏହି ବନ୍ଧୁକରେ ଅପରାଧୀମାନେ ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ଗୁରୁବାର ଏଭଳି ଏକ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ବଡ଼ଗଡ଼ ଥାନା କଳ୍ପନା ଛକ ନିକଟରେ ଏକ ସ୍କର୍ପିଓ ଭିତରେ ଡିଲ୍‌ ଚାଲିଥିବାବେଳେ ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବନ୍ଧୁକ କିଣିବାକୁ ଆସିଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନାଞ୍ଚଳର ରାଜେନ୍ଦ୍ର ସାହୁ ଓ ଗୌରାଙ୍ଗ ଜେନା ଏବଂ ବନ୍ଧୁକ ବିକ୍ରିରେ ସାମିଲ ଥିବା ଲେଡି ଡନ୍‌ ପୁରୀ ଜିଲା ନିମାପଡାର ଜ୍ୟୋତ୍ସ୍ନାରାଣୀ ଦାଶ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ(ପିସ୍ତଲ), ୫ ରାଉଣ୍ଡ ଗୁଳି ସହ ବ୍ୟବହୃତ ଏକ ସ୍କର୍ପିଓକୁ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ୍‌ ତଥା ଝାରପଡ଼ାର ଚୋରା ବନ୍ଧୁକ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ଏନେଇ ବଡ଼ଗଡ଼ ଥାନା ପୋଲିସ ମାମଲା (ନଂ.୨୭୧/୨୦) ରୁଜୁ କରି ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରିଛି।
ପୋଲିସ ସୂଚନାନୁସାରେ, ଏହି ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଝାରପଡ଼ାର ଜଣେ ଅପରାଧୀ। ସେ ଛତିଶଗଡ଼ ଓ ବିହାରରୁ ଚୋରା ବନ୍ଧୁକ ଆଣି ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହାୟତାରେ ଏଠାରେ ବିକ୍ରି କରନ୍ତି। ସେମାନେ ରାଜେନ୍ଦ୍ର ଓ ଗୌରାଙ୍ଗଙ୍କୁ ଏକ ବନ୍ଧୁକ ବିକ୍ରି କରିବାକୁ କଳ୍ପନା ମ୍ୟୁଜିୟମ ଛକ ନିକଟରେ ଡିଲ୍‌ କରୁଥିଲେ। ରାଜଧାନୀରେ ଚୋରା ବନ୍ଧୁକ କାରବାର ଚାଲିଥିବା ନେଇ ରାତି ପ୍ରାୟ ୩ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ଟି.ଆର୍‌. ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ଶହୀଦନଗର, ଖାରବେଳନଗର, କ୍ୟାପିଟାଲ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଚଢାଉ କରିଥିଲେ। ହେଲେ ଏହାର କିଛି ପତ୍ତା ମିଳି ନ ଥିଲା। ଏହା ଭିତରେ ମ୍ୟୁଜିୟମ ଛକରେ ଡିଲ୍‌ ଚାଲିଥିବାନେଇ ସୂଚନା ମିଳିଯିବା ପରେ ତୁରନ୍ତ ଏସ୍‌ଟିଏଫ୍‌ ବଡ଼ଗଡ଼ ଥାନାକୁ ଖବର ଦେବାସହ ଘଟଣାସ୍ଥଳରେ ମିଳିତ ଚଢ଼ାଉ କରିଥିଲେ। ତେବେ ପୋଲିସକୁ ଦେଖି ବାହାରେ ନଜର କରୁଥିବା ଝାରପଡାର ବନ୍ଧୁକ ବ୍ୟବସାୟୀ ଫେରାର ହେବାରେ ସକ୍ଷମ ହୋଇଥିଲେ। ହେଲେ ସ୍କର୍ପିଓ (ନଂ.ଓଆର୍‌୦୨ଏଇ୯୯୯୩) ଭିତରେ ଡିଲ୍‌ କରୁଥିବା ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହ ରାଜେନ୍ଦ୍ର ଓ ଗୌରାଙ୍ଗ ଧରାପଡ଼ିଥିଲେ। ପଚରାଉଚରାବେଳେ ଏସ୍‌ଟିଏଫ୍‌କୁ ଉକ୍ତ ର଼୍ୟାକେଟ୍‌ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଝାରପଡ଼ାର ମାଷ୍ଟରମାଇଣ୍ଡ୍‌ ଜଣକ ଜ୍ୟୋତ୍ସ୍ନାଙ୍କୁ ଢାଲ କରି ବନ୍ଧୁକ ବେପାର କରୁଥିଲେ। ତେବେ ଉକ୍ତ ବନ୍ଧୁକକୁ ୪୫ ହଜାର ଟଙ୍କା ଦେଇ କିଣୁଥିଲେ ବୋଲି ରାଜେନ୍ଦ୍ର ଓ ଗୌରାଙ୍ଗ ପୋଲିସ ଆଗରେ ସ୍ବୀକାର କରିଛନ୍ତି। କିନ୍ତୁ ଏମାନେ ବନ୍ଧୁକ କ’ଣ ପାଇଁ ନେଉଥିଲେ, ଆଗରୁ କେତେ ବନ୍ଧୁକ ନେଇ ଆଉ କାହାକୁ ଦେଇଛନ୍ତି? ଏମାନଙ୍କର ଆପରାଧିକ ରେକର୍ଡ କ’ଣ ରହିଛି, ଏସବୁକୁ ଜାଣିବା ପାଇଁ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri