ସ୍କ୍ରାପ୍‌ ନାମରେ ଚାଲିଛି ଚୋରା କାରବାର

କେନ୍ଦୁଝର,୧ା୫(ସ୍ବ.ପ୍ର.): କେନ୍ଦୁଝର ସହରରେ ବେଆଇନ ଭାବେ ଛତୁ ଫୁଟିଲା ଭଳି ସ୍କ୍ରାପ୍‌ (ଅବ୍ୟବହୃତ ଲୁହା ସାମଗ୍ରୀ)ବ୍ୟବସାୟ ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟ ବାହାରର ବେପାରୀମାନେ ବିଭିନ୍ନ ସ୍ଥାନରେ ଜାଗା ଭଡ଼ାରେ ନେଇ ଗୋଦାମ କରି ବେପାର ଚଳାଇଛନ୍ତି। କଟକଣା ଅଭାବରୁ ବ୍ୟବସାୟୀମାନେ କୌଣସି ନୀତି ନିୟମ ନ ମାନି ବିଭିନ୍ନ ପ୍ରକାର ସ୍କ୍ରାପ ସଂଗ୍ରହ କରିବା ସହ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ବିନା ଜିଏସ୍‌ଟି ବିଲ୍‌ରେ ଲୁଚାଛପାରେ ବାହାରକୁ ଚାଲାଣ କରୁଥିବାରୁ ବ୍ୟାପକ ରାଜସ୍ବହାନି ହେଉଛି। ଏଥିସହ ଭଙ୍ଗା ଗାଡ଼ି ସଂଗ୍ରହ ଓ ଚାଲାଣର ହିସାବ ରହୁ ନ ଥିବାରୁ ବହୁ ଚୋରା ଗାଡ଼ି ସ୍କ୍ରାପ୍‌ କରି ଚାଲାଣ କରିଦିଆଯାଉଥିବା ଅଭିଯୋଗ ହେଉଛି। କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟ ମୋହନ କୁମାରଙ୍କ ସ୍କ୍ରାପ୍‌ ଗୋଦାମରୁ ରୋଡ୍‌ ରୋଲର ଜବତ ଘଟଣା ଏହାର ଉଦାହରଣ ଭାବେ ନିଆଯାଇପାରେ।
ପ୍ରକାଶ ଯେ, କେନ୍ଦୁଝର ସହର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟ ମୋହନ କୁମାରଙ୍କ ସ୍କ୍ରାପ ଗୋଦାମରୁ ଏପ୍ରିଲ ୨୮ରେ ଦୁଇଟି ରାସ୍ତା କାମରେ ବ୍ୟବହୃତ ରୋଲର ପୋଲିସ ଜବତ୍‌ କରିଥିଲା। ଘଟଣାରେ ରୋଲର ବିକ୍ରି କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଥିଲେ ହେଁ ରୋଲର କିଣିଥିବା ବେପାରୀଙ୍କୁ ପୋଲିସ ପଚାରାଉଚୁରା କରି ଛାଡ଼ି ଦେଇଥିଲା। ଏଭଳି ବହୁ ଗାଡ଼ି ଓ ମେଶିନକୁ ବେଆଇନ ଓ ଚୋରାରେ ଅଣାଯାଇ ସ୍କ୍ରାପ୍‌ ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। କେତେକ ଜିଏସ୍‌ଟି ନମ୍ବର ରଖି ବ୍ୟବସାୟ କରୁଥିଲେ ହେଁ ସ୍କ୍ରାପ କିଣିବା ବେଳେ ରସିଦ ଦେଉ ନ ଥିବା, ଲୁଚାଛପାରେ ଚାଲାଣ କରୁଥିବାରୁ ବ୍ୟାପକ ଜିଏସ୍‌ଟି ଫାଙ୍କି ହେଉଛି। କୌଣସି ଗାଡ଼ି କିମ୍ବା ଲୁହା ସାମଗ୍ରୀ ବିକୁଥିବା ଲୋକଙ୍କଠାରୁ କୌଣସି ତଥ୍ୟ ରଖା ଯାଉ ନ ଥିବାରୁ ବହୁ ଚୋରା କାରବାର ହେଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ଟାଉନରେ ୧୫ରୁ ଊର୍ଦ୍ଧ୍ୱ ଛୋଟ, ବଡ଼ ସ୍କ୍ରାପ ଗୋଦାମ ଥିବା ବେଳେ ବଡ଼ ଦୋକାନୀ ତଥ୍ୟ ରଖୁଥିବା କହିଥିବା ବେଳେ ଛୋଟ ଓ ମଧ୍ୟମ ସ୍କ୍ରାପ୍‌ର ତଥ୍ୟ ରଖିବା ସୁବିଧାଜନକ ନୁହେଁ । ଛୋଟ ଛୋଟ ସାମଗ୍ରୀ ବିନା ବିଲରେ ରଖୁଛୁ ଓ ସେମାନଙ୍କୁ ବିଲ ଦେବା ସମ୍ଭବପର ନୁହେଁ ବୋଲି ଗୋଦାମ ମାଲିକମାନେ କହିଥିଲେ। ଏହି ଆଳରେ କିଛି ନିଶାଶକ୍ତ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ଏଠାରେ ବିକ୍ରି କରି ଅର୍ଥ ନେଇ ନିଶା ଖାଉଛନ୍ତି। ଏଣୁ ପୋଲିସ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ନେଇ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି, ବିନା କାଗଜପତ୍ର ଯାଞ୍ଚରେ ଓ ବିକ୍ରେତାଙ୍କ ପରିଚୟ ନ ଜାଣି କିପରି ଗୋଦାମ ମାଲିକ ରୋଲର ଭଳି ମୂଲ୍ୟବାନ ଗାଡ଼ି କିଣିଲେ। ପୋଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ ନ କରି ଛାଡ଼ି ଦେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି। ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି, ଛତୁ ଫୁଟିବା ଭଳି ସ୍କ୍ରାପ୍‌ ଗୋଦାମ ଖୋଲିବା ଫଳରେ ଚୋରି ବଢ଼ିଛି। ବାହାର ରାଜ୍ୟର ବେପାରୀ ଏହି କାମ କରୁଥିବାରୁ ସେମାନେ କାହାର ଅନୁମତି ନେଇ କରୁଛନ୍ତି। କୌଣସି ଅଘଟଣ ଘଟିଲେ କିଏ ଉତ୍ତରଦାୟୀ ରହିବେ ବୋଲି ପ୍ରଶ୍ନ କରିଥିଲେ। ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି, ସ୍କ୍ରାପ୍‌ ଗୋଦାମ ସବୁ ଜନବସତି ନିକଟରେ ରହିଛି। ଏଣୁ ନିଅଁା ଲାଗିବା ଭଳି କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବେ। ବାହାରୁ ଗାଡ଼ି ଆଣାଯାଇ ଏଠାରେ ବିକ୍ରି ହେଉଛି। ଏଣୁ ଚୋରି ହେଉଥିବା ଗାଡ଼ି ଷ୍କ୍ରାପ୍‌ ହୋଇଯାଉନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ପ୍ରଶାସନ ସବୁ ଦୃଷ୍ଟିକୋଣରୁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି। କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ସ୍କ୍ରାପ୍‌ ବ୍ୟବସାୟୀଙ୍କ କାର୍ଯ୍ୟ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri