ରାଜ୍ୟ ବାହାରେ ବିକ୍ରି ହେଉଥିଲା ଚୋରାଗାଡ଼ି

ଯାଜପୁର ଟାଉନ,୮।୧୧(ଡି.ଏନ.ଏ.): ଯାଜପୁର ସହରସ୍ଥ ଶିତଳେଶ୍ୱର ଅଞ୍ଚଳର ରାଧା କବାଡ଼ିଆ ଦୋକାନରେ ଚୋରା ଗାଡ଼ି କଟାଯାଇ ରାଜ୍ୟ ବାହାରେ ବିକ୍ରି କରାଯାଉଥିଲା। ଏକଥା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଯାଜପୁର, କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଚୋରି ହୋଇଥିବା ଗାଡ଼ିର ମାଲିକମାନେ ନିଜ ଗାଡ଼ି ଖୋଜିବା ପାଇଁ ରବିବାର ଯାଜପୁର ଟାଉନରେ ପହଞ୍ଚିଛନ୍ତି। ପୋଲିସ ଉକ୍ତ କବାଡ଼ିଆ ଦୋକାନରେ ଛାନଭିନ୍‌ କରି ଏପର୍ଯ୍ୟନ୍ତ ୬ରୁ ଊର୍ଦ୍ଧ୍ୱ ଗାଡ଼ି ଚିହ୍ନଟ କରିଛି, ଯାହାକି ସମ୍ପୂର୍ଣ୍ଣ କଟା ସରିଛି। ଏହି ଘଟଣାରେ କବାଡ଼ିଆ ଦୋକାନ ମାଲିକ ରାଧା ବେହେରା, ଗାଡ଼ି ଚୋରିକରି ଆଣିଥିବା ନୂଆ ଗୋବିନ୍ଦପୁରର ମାନସ ପାଲ ଓ ଗାଡ଼ି କଟାଳି ଜୁମା ଖାଁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଗତ ଶନିବାର କଟକ ଜଗତପୁର ଅଞ୍ଚଳର ପ୍ରତାପ ବାରିକଙ୍କ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚୋରି ହୋଇଥିଲା। ଏହି ଗାଡ଼ିରେ ଜିପିଏସ୍‌ ଲାଗିଥିବାରୁ ମାଲିକ ଟ୍ରାକିଂ କରି ଗାଡ଼ିଟି ଯାଜପୁର ଟାଉନରେ ଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ଯାଜପୁର ଟାଉନ ଥାନାରେ ପହଞ୍ଚତ୍ ପୋଲିସ ସହାୟତା ଲୋଡ଼ିଥିଲେ। ପୋଲିସ ଟ୍ରାକିଂ କରି ରାଧା କବାଡ଼ିଆ ଦୋକାନରେ ଗାଡ଼ି ଥିବା ଜାଣିବାକୁ ପାଇଥିଲା। ପୋଲିସ ଚଢ଼ାଉ କରିବା ସମୟରେ ଉକ୍ତ ଗାଡ଼ିକୁ କଟାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ପୋଲିସର ହସ୍ତକ୍ଷେପ ଫଳରେ ଗାଡ଼ିଟିକୁ ଉଦ୍ଧାର କରାଯାଇଥିଲା। ଏହି ଚୋରାଗାଡି ର଼୍ୟାକେଟ୍‌ ଖବର ପାଇବା ପରେ ଯାଜପୁର ଜିଲାର ୬ଟି ଥାନା ପୋଲିସ ଗାଡ଼ିଚୋରିର ଶିକାର ମାଲିକଙ୍କ ସହ ପହଞ୍ଚତ୍ ଖାନ୍‌ତଲାସ କରିଥିଲେ। ଶହଶହ ଚୋରାଗାଡ଼ି ଅତ୍ୟାଧୁନିକ ମେଶିନ୍‌ ଓ ଗ୍ୟାସ କଟର୍‌ ଯୋଗେ ଖୁବ କମ୍‌ ସମୟରେ କଟାଯାଇ ରାଜ୍ୟ ବାହାରକୁ ପଠାଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଠାରେ ଚୋରା ଗାଡ଼ି ଆସିବା ପରେ ତୁରନ୍ତ ଇଞ୍ଜିନ୍‌, ଚେଚିସ୍‌, ଡୋର, କାଚ ଓ ଅନ୍ୟାନ୍ୟ ଜିନିଷକୁ ଅଲଗାଅଲଗା କରି ରଖାଯାଇଥିବାରୁ ଏହାକୁ ମାଲିକମାନେ ଚିହ୍ନିବା କଷ୍ଟକର ହୋଇପଡୁଛି। ଚୋରା ଟ୍ରକ୍‌, ବୋଲେରୋ, ଟାଟା ମ୍ୟାଜିକ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଆଦି ଶହଶହ ଗାଡ଼ି କଟାଯାଇଥିବା ଯାଜପୁର ପୋଲିସକୁ ସୂଚନା ମିଳିଛି। ପୋଲିସ କବାଡ଼ିଆ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅନେକ ତଥ୍ୟ ଯୋଗାଡ଼ କରିସାରିଛି। ଏହି କାରବାରରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି। ତଦନ୍ତରେ ବାଧା ଉପୁଜିବ ବୋଲି ପୋଲିସ ଅଧିକ ସୂଚନା ଦେଉନାହିଁ। ତେବେ ସହରରେ ଏପରି କାରବାର ଚାଲୁଥିଲେ ମଧ୍ୟ ପୋଲିସ କିପରି ଜାଣି ପାରୁ ନ ଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri