Posted inଜାତୀୟ

ବିଏସଏଫ ଟିମ୍‌ ଉପରେ ଚୋରା ଚାଲାଣକାରୀଙ୍କ ଆକ୍ରମଣ: ୪ ଯବାନ ଆହତ…

ମାମାଭଗିନା ,୭।୧ : ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ବିଏସଏଫ ଯବାନଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳା ପ୍ରହରୀଙ୍କ ସମେତ ଚାରି ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଅପରେଶନ ଜୋରଦାର କରାଯାଇଛି। ସୀମା ନିରୀକ୍ଷଣରେ ନିୟୋଜିତ ସିସିଟିଭି କ୍ୟାମେରା, ରେକର୍ଡର, କମ୍ପ୍ୟୁଟର ଏବଂ କଣ୍ଟ୍ରୋଲ ରୁମକୁ ଭଙ୍ଗାରୁଜା କରି ଚୋଲା ଚାଲାଣକାରୀମାନେ ବିଏସଏଫ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛନ୍ତି। ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ବିଏସଏଫ ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି।

ଦକ୍ଷିଣ ପଶ୍ଚିମବଙ୍ଗ ସୀମାନ୍ତ ଅନ୍ତର୍ଗତ ୬୮ତମ କର୍ପସ ଉତ୍ତର ୨୪ ପରଗଣା ଜିଲାର ସୀମା ପୋଷ୍ଟ ମାମାଭଗିନାର ଯବାନମାନେ ଶୁକ୍ରବାର ଦିନ ସୂଚନା ପାଇଥିଲେ ଯେ ନାଭାଡାପଡା ଗାଁର ଆଲାମଗିର ମଣ୍ଡଳ,ସୁଖଦେବ ମଣ୍ଡଳ ସୁକୁମାର ଏବଂ ପବିତ୍ରଙ୍କ ପାଖରୁ ବହୁ ପରିମାଣର ଗଞ୍ଜା ଏବଂ ଫେନସେଡିଲ ଚୋରା ଚାଲାଣ କରାଯିବ। ଏସବୁ ବାଂଲାଦେଶକୁ ପଠାଯିବ। ଏହା ପରେ କମ୍ପାନୀ କମାଣ୍ଡର ବଗଦାହ ପୋଲିସ ଷ୍ଟେଶନକୁ ସୂଚନା ଦେଇଥିଲେ। ଏହା ପରେଯବାନମାନେ ଗ୍ରାମ ସଦସ୍ୟଙ୍କ ଉପସ୍ଥିତିରେ ଉକ୍ତ ସନ୍ଦିଗ୍ଧ ଘର ଉପରେ ଚଢ଼ାଉ କରିଥିଲେ। ଖୋଜାଖୋଜି ସମୟରେ ଆଲାମଗିର ମଣ୍ଡଳଙ୍କ ଘରୁ ୪୩ କିଲୋଗ୍ରାମ ଗଞ୍ଜା ଏବଂ ୩୭୧ ବୋତଲ ଫେନସେଡିଲ ସହିତ ଗିରଫ କରାଯାଇଥିଲା।

ଯେତେବେଳେ ବିଏସଏଫ ଯବାନମାନେ ଆଲାମଗିର ମଣ୍ଡଳଙ୍କୁ ଗିରଫ ନେଇ ଯାଉଥିଲେ, ସେତେବେଳେ ତାଙ୍କ ସହଯୋଗୀ ଚୋରା ଚାଲାଣକାରୀମାନେ ହଠାତ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ। ଯେଉଁଥିରେ ୪ ଜଣ ବିଏସଏଫ ଯବାନ ଗୁରୁତର ଆହତ ହୋଇଥିଲେ। ଯବାନମାନେ ଆତ୍ମରକ୍ଷା ପାଇଁ ପିଏଜିର ବ୍ୟବହାର କରିଥିଲେ। ଏହା ପରେ ଚୋରା ଚାଲାଣକାରୀମାନେ ସେଠାରୁ ପଳାୟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri