ଚୋରା ଗଞ୍ଜେଇ, ୧.୩୨ ଲକ୍ଷ ଟଙ୍କା ଜବତ

ନିମାପଡ଼ା,୧୧।୧(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅଞ୍ଚଳରେ ନିଶାଦ୍ରବ୍ୟ କାରାବାର ଜୋରଦାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଏସ୍‌ପି ଡ.କନଓ୍ବର ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇଆଇସି ଶଙ୍କର୍ଷଣ ଦଳେଇଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସୋମବାର ନିମାପଡ଼ା ଏନ୍‌ଏସିର ଜଇନାବାଦ ଗ୍ରାମରେ ଚଢ଼ାଉ କରି ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନା ସାହୁ। ଚଢ଼ାଉରେ ୧୦କେଜି ଚୋରା ଗଞ୍ଜେଇ, ନଗଦ ୧ ଲକ୍ଷ ୩୨ହଜାର ୫ ଶହ ଟଙ୍କା, ଗୋଟିଏ ମୋବାଇଲ ଫୋନ ଜବତ କରିଛନ୍ତି। ଏ ନେଇ ପୋଲିସ ଏନ୍‌ଡିପିଏସ୍‌ ଦଫା ନଂ(୨୦ ବି)ରେ ଏକ ମାମଲା(ନଂ.୧୧/୨୨) ରୁଜୁ କରି ଅଭିଯୁକ୍ତ କୁନାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ନିମାପଡ଼ା ଜେଲକୁ ପଠାଇ ଦିଆଯାଇଛି।