Posted inଖେଳ

ସ୍ମୃତି ମନ୍ଧାନାଙ୍କ ଶତକ: ଭାରତ ଚାମ୍ପିୟନ

କଲମ୍ବୋ,୧୧ା୫: ସ୍ମୃତି ମନ୍ଧାନାଙ୍କ ଶତକ ଓ ସ୍ନେହ ରାଣାଙ୍କ ୪ ଉଇକେଟ ସଫଳତା ବଳରେ ଭାରତୀୟ ମହିଳା ଦଳ ୯୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଚାମ୍ପିୟନ ହୋଇଛି। ଭାରତ ଦ୍ୱାରା ପ୍ରଦତ୍ତ ୩୪୩ ରନର ବିଶାଳ ଟାର୍ଗେଟ ଆଗରେ ଶ୍ରୀଲଙ୍କା ୪୮.୨ ଓଭରରେ ୨୪୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମନ୍ଧାନାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ଓ ସିରିଜ୍‌ରେ ମୋଟ ୧୫ ଉଇକେଟ ନେଇଥିବା ସ୍ନେହଙ୍କୁ ପ୍ଲେୟାର ଅଫ ଦି ସିରିଜ୍‌ ବିବେଚିତ କରାଯାଇଛି। ଏହି ମ୍ୟାଚ୍‌ ଜରିଆରେ ଭାରତୀୟ ପେସର କ୍ରାନ୍ତି ଗୌଡ଼ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରତିକା ରାଓ୍ବଲ ଓ ମନ୍ଧାନା ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ। ଦୁହେଁ ପ୍ରଥମ ଉଇକେଟରେ ୭୦ ରନ କରିଥିଲେ। ପ୍ରତିକା ୩୦ (୨ ଚୌକା) ରନ କରି ଆଉଟ୍‌ ହେବା ପରେ ହର୍ଲିନ ଦେଓଲଙ୍କ ସହ ମିଶି ମନ୍ଧାନା ଦଳୀୟ ସ୍କୋରରେ ୧୨୦ ରନ ଯୋଡ଼ିଥିଲେ। ଇତିମଧ୍ୟରେ ମନ୍ଧାନା ଶତକ ପୂରଣ କରିଥିଲେ। ସେ ୧୦୧ ବଲରେ ୧୧୬ (୧୫ ଚୌକା ଓ ୨ ଛକା) ରନ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ଏକାଦଶତମ ଶତକ ଥିଲା। ତାଙ୍କ ପରେ ହର୍ଲିନ ୪୭ (୪ ଚୌକା), ଅଧିନାୟିକା ହରମନପ୍ରୀତ କୌର ୪୧ (୪ ଚୌକା ଓ ୧ ଛକା), ଜେମିମା ରୋଡ୍ରିଗୁଏଜ ୪୪ (୪ ଚୌକା), ଅମନଜୋତ କୌର ୧୮ ଓ ଦୀପ୍ତି ଶର୍ମା ୨୦ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୪୨ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ମଲକି ମଦାରା, ଦେବମି ବିହଙ୍ଗା ଓ ସୁଗନ୍ଧିକା କୁମାରୀ ଦୁଇ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଶ୍ରୀଲଙ୍କା ୪୮.୨ ଓଭରରେ ୨୪୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟିକା ଚମାରି ଆଟାପାଟୁ ୫୧, ନିଳାକ୍ଷୀ ଡି ସିଲଭା ୪୮, ଭିଶ୍ମି ଗୁଣରତ୍ନେ ୩୬ ଓ ଅନୁଷ୍କା ସଞ୍ଜୀବନୀ ୨୮ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri