Categories: ଖେଳ

ହୃଦୟ ଜିତିଲେ ସ୍ମୃତି ମନ୍ଧାନା

ହାମିଲଟନ,୧୨।୩: ଦ୍ୱିତୀୟ ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ମ୍ୟାଚ୍‌ ପରେ ୧୨୩ ରନ୍‌ କରିଥିବା ସ୍ମୃତି ମନ୍ଧାନାଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ଭାବେ ବିବେଚିତ କରାଯାଇଥିଲା। ହେଲେ ସେ ଏହି ପୁରସ୍କାରକୁ ହରମନପ୍ରିତଙ୍କ ସହ ବାଣ୍ଟିବାର ନିଷ୍ପତ୍ତି ନେଇଥିଲେ। ଏପରି କରି ସେ ସାଥୀ ଖେଳାଳିଙ୍କ ସହ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ହରମନପ୍ରିତଙ୍କ ସହ ପୁରସ୍କାର ବାଣ୍ଟିବାକୁ ନେଇ ସେ କହିଛନ୍ତି, ଶତକ ମାରିବା ପରେ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ ନ ହେବା ନିରାଶଜନକ। ସେ ଏବଂ ହରମନପ୍ରିତ ବରାବର ଭାବେ ବିଜୟରେ ଯୋଗଦାନ କରିଛନ୍ତି। ଏଥିଲାଗି ଉଭୟ ଏହି ପୁରସ୍କାର ବାଣ୍ଟିବା ଠିକ୍‌ ହେବ। କାରଣ ଉଭୟ ଏହା ପାଇବାକୁ ଯୋଗ୍ୟ ଥିଲେ।

କହିରଖୁଛୁ, ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଓପନର୍‌ ମନ୍ଧାନା ଏବଂ ଉପ ଅଧିନାୟକ ହରମନପ୍ରିତ କୌରଙ୍କ ଶତକ ବଳରେ ୩୧୭ ରନ୍‌ କରିଥିଲା ଦଳ। ମନ୍ଧାନା ୧୧୯ ବଲ୍‌ରେ ୧୨୩ ରନ୍‌ କରିଥିବା ବେଳେ ହରମନପ୍ରିତ ୧୦୭ ବଲ୍‌ରେ ୧୦୯ ରନ୍‌ର ଇନିଂସ ଖେଳିଥିଲେ। ଚତୁର୍ଥ ଉଇକେଟ ପାଇଁ ଉଭୟ ଖେଳାଳି ୧୭୪ ବଲ୍‌ରେ ୧୮୪ ରନ୍‌ର ଭାଗିଦାରି କରିଥିଲେ। ୩୧୮ ରନ୍‌ର ଟାର୍ଗେଟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ ମହିଳା ଟିମ୍‌ ୧୬୨ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ୧୫୫ ରନ୍‌ରେ ବିଶାଳ ବିଜୟ ହାସଲ କରିଛି ଭାରତ।

Share