Categories: ଜାତୀୟ

ନୂଆ ଅବତାରରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଏବେ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କ ଲିଖିତ ପ୍ରଥମ ପୁସ୍ତକ ଖୁବ୍‌ଶୀଘ୍ର ପ୍ରକାଶ ପାଇବ। ସ୍ମୃତି ଇରାନୀଙ୍କ ପ୍ରଥମ ପୁସ୍ତକର ନାମ ହେଉଛି ‘ଲାଲ ସଲାମ’। ପୁସ୍ତକର କାହାଣୀଟି କାଳ୍ପନିକ ନୁହେଁ, ବାସ୍ତବ ବୋଲି କୁହାଯାଉଛି। ପୁସ୍ତକର ପ୍ରକାଶକମାନେ କାହାଣୀ ପ୍ରକାଶ କରିବାକୁ ରାଜି ନାହାନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବରେ ଏତେ ସୂଚନା ଦେଉଛନ୍ତି ଯେ ଲେଖକ ଏହି ପୁସ୍ତକ ପାଇଁ ବହୁ ବର୍ଷର ଗବେଷଣା କରିଛନ୍ତି। ସୂଚନାନୁସାରେ, ସ୍ମୃତି ଇରାନୀ ପ୍ରକୃତ ଘଟଣାକୁ ନେଇ ବହି ଲେଖିଛନ୍ତି ଏବଂ ତାଙ୍କୁ ଏହି ପୁସ୍ତକ ସମାପ୍ତ କରିବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଛି। କେଉଁ ସତ୍ୟ ଘଟଣା ଏହି ପୁସ୍ତକ ଉପରେ ଆଧାରିତ ଏବଂ ପୁସ୍ତକ ଲେଖିବାକୁ କିଏ ପ୍ରେରଣା ଦେଲା? ଏନେଇ ସ୍ମୃତି ଇରାନୀ ଖୁବ ଶୀଘ୍ର ନିଜକୁ ଦୁନିଆର ସମ୍ମୁଖରେ ରଖିବେ, କିନ୍ତୁ ପୁସ୍ତକ ନିଶ୍ଚିତ ଭାବରେ ଏକ ବ୍ଲକବଷ୍ଟର ହେବ।

ସୂଚନାନୁସାରେ, ସ୍ମୃତି ଇରାନୀଙ୍କ ପୁସ୍ତକ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ଅଧିକାର ମଧ୍ୟ କ୍ରୟ କରାଯାଇଛି। ତେଣୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏହି ନୂତନ ଅବତାର କେତେ ସଫଳ ହେବ ଦେଖିବାକୁ ବାକି ରହିଲା।

Share