Posted inଜାତୀୟ

ନିସର୍ତ୍ତ କ୍ଷମା ମାଗନ୍ତୁ ସ୍ମୃତି ଇରାନୀ, ଲୋକ ସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୩୧।୭ : ଭୁଲ ଭାବରେ ରାଷ୍ଟ୍ରପତିଙ୍କ ନାମ ନେବା ପ୍ରସଙ୍ଗ ନେଇ ବିବାଦ ଥମିବାର ନା ଧରୁନି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସ୍ମୃତି ଇରାନୀଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଧୀର ରଞ୍ଜନ ଏଥର ତାଙ୍କ ଚିଠିରେ ଲେଖିଛନ୍ତି ଯେ ମୁଁ କହୁ କହୁ ଏଭଳି ଶବ୍ଦ ମୋ ପାଟିରୁ ଖସି ଯାଇଥିଲା। ଏହି ଅନିଚ୍ଛାକୃତ ଭୁଲଟି ଘଟିଛି କାରଣ ମୁଁ ହିନ୍ଦୀରେ ସେତେ ଭଲ ଭାବେ କହି ପାରେନା। ମୋର ଭୁଲ ପାଇଁ ମୁଁ ଦୁଃଖ ପ୍ରକାଶ କରି ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। କିନ୍ତୁ ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ସ୍ମୃତି ଇରାନୀ ଗୃହରେ ସମ୍ମାନିତ ରାଷ୍ଟ୍ରପତିଙ୍କ ନାମ ଯେଭଳି ଭାବେ ଗ୍ରହଣ କରୁଛନ୍ତି ଠିକ ନୁହେଁ। ସେ ମାନ୍ୟବର ରାଷ୍ଟ୍ରପତି କିମ୍ବା ମ୍ୟାଡାମ କିମ୍ବା ଶ୍ରୀମତୀ ପରି ସମ୍ମାନଜନକ ଶବ୍ଦ ବ୍ୟବହାର ନକରି ବାରମ୍ବାର ଦ୍ରୌପଦୀ ମୁର୍ମୁ ବୋଲି ଚିତ୍କାର କରୁଥିଲେ। ଏହା ମାନ୍ୟବର ରାଷ୍ଟ୍ରପତିଙ୍କ ପଦବୀ ପଦ ମର୍ଯ୍ୟାଦା ହ୍ରାସ କରିବା ପରି ମନେ ହେଉଛି। ତେଣୁ, ମୁଁ ଦାବି କରୁଛି ଯେ ସ୍ମୃତି ଇରାନୀ ନିଜର ଭୁଲ ପାଇଁ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ଅଦଳବଦଳ କଲେ ସରକାର, MSME ସଚିବ ହେଲେ ରଶ୍ମିତା ପଣ୍ଡା

ଭୁବନେଶ୍ବର,୧୧।୨: ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅନେକ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯାଇଛି । ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ…

୨ ନଦୀର ସଙ୍ଗମସ୍ଥଳରେ ହେବ ଆନିକଟ୍‌, ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଧାୟକ କହିଲେ…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ…

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ

ନୂଆଦିଲ୍ଲୀ,୧୧।୨:  ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ…

ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି…

ମାଓବାଦୀ ମୁକ୍ତ ହେବ ଗନ୍ଧମାର୍ଦ୍ଦନ: ଚାଲିଛି ରଣକୌଶଳ, ମାର୍ଚ୍ଚ ଶେଷ ଶୁଦ୍ଧା…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପ୍ରଥମେ ଜିଲାରେ ମାଓବାଦୀ ସଂଗଠନ କାୟା ବିସ୍ତାର କରିଥିଲା। ଏହାପରେ ମାଓବାଦୀ…

ଜୀବନର ଶେଷ ଦୌଡ଼… ପୋଲିସ ନିଯୁକ୍ତି ପାଇଁ ଦୌଡୃୁଥିଲେ ପ୍ରାର୍ଥୀ, ତଳେ ପଡ଼ି ଚାଲିଗଲା ଜୀବନ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଶାରୀରିକ ପରୀକ୍ଷା ପାଇଁ ଏକ ଦୌଡ଼ରେ ଅଂଶଗ୍ରହଣ କରୁଥିବା…

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri