Categories: ଜାତୀୟ

ବିଲ ଗେଟ୍‌ସଙ୍କୁ ଖେଚୁଡିରେ ଛୁଙ୍କ ଲଗାଇବା ଶିଖାଇଲେ ସ୍ମୃତି: ଭିଡିଓ ଭାଇରଲ

ନୂଆଦିଲ୍ଲୀ,୩ ।୩: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଭାରତୀୟ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରନ୍ତି । ଏବେ ଏକ ଭିଡିଓ ଦେଖିଲେ ଏହା ସ୍ପଷ୍ଟ ହୋଇଛି । ଗୁରୁବାର କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ ବିଲ ଗେଟସ ଖିଚୁଡି ପ୍ରସ୍ତୁତ କରିବା ସହ ଏଥିରେ ଛୁଙ୍କ ଦେଇଥିବା ଦେଖାଯାଇଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡଓକୁ ସ୍ମୃତି ଇରାନି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହାକୁ ଲୋକେ ଖୁବ୍ ଲାଇକ କରୁଛନ୍ତି । ଏହି ସମୟରେ ବିଲ ଗେଟସ୍ ଖେଚୁଡିରେ ଛୁଙ୍କ ଦେବା ସହ ଅନ୍ନପ୍ରାଶନ ସଂସ୍କାର ବି କରିଛନ୍ତି । ବିଲ ଗେଟ୍‌ସ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପୋଷଣ ସମ୍ବନ୍ଧିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଗେଟ୍‌ସ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ । ଏହି ଅବସରରେ ସେ ପୋଷଣ ୨.୦ ଯୋଜନା ଆଧାରରେ କାମ କରୁଥିବା ଅଧିକାରୀଙ୍କ ସହ ସାକ୍ଷାତ୍ କରିଥିଲେ । ଏହା ଦେଶରେ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ନୂଆ ନୂଆ ପ୍ରୋଗ୍ରାମ ସାମ୍ନାକୁ ଆଣୁଛନ୍ତି ।

Share