Categories: ଜାତୀୟ

ସ୍ମୃତି ଇରାନିଙ୍କ ଚପଲକୁ ନେଇ କମେଣ୍ଟ କଲେ ଯୁଜର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସୋସିଆଲ ମିଡିଆରେ ନିଜର ହ୍ୟୁମର ବା ମଜାଳିଆ କଥାକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଏମିତିକି ବେଳେ ବେଳେ ତାଙ୍କ ଫଲୋୟର୍ସଙ୍କ ଦ୍ୱାରା ପଚରାଯାଇଥିବା ଅଦ୍ଭୁତ ପ୍ରଶ୍ନର ଉତ୍ତର ଦେଇ ବି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ପୁଣିଥରେ ଏମିତି କିଛି ହ୍ୟୁମରକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ସେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ସେ ତାଙ୍କ ଗାର୍ଡନରେ ବସି ଲାପଟପ୍ ଧରି କାମ କରୁଥିବା ବେଳେ ବ୍ଲୁ କଲର ଶୁଟ୍ ସହ ଶାଲ୍ ଘୋଡାଇ ହୋଇଛନ୍ତି ଓ ପାଦରେ ଏକ ହାୱାଇ ସ୍ଲିପର ପିନ୍ଧିଥିବା ନଜର ଆସିଛି । ଏହି ଫଟୋ ଶେୟାର କରିବା ସହ ସେ ଲେଖିଛନ୍ତି ‘ପାଣ୍ଡାମିକ ମର୍ଣ୍ଣିଂ’ । ଏହି ଫଟୋକୁ ଦେଖିବା ପରେ ଜଣେ ଯୁଜର କମେଣ୍ଟ କଲେ ‘ହାୱାଇ ଚପଲ’ । ଆଉ ଏହାର ଜବାବରେ ସ୍ମୃତି ଲେଖିଛନ୍ତି, ‘ଆରେ ଭାଇ ହାୱାଇ ଚପଲ, ୨୦୦ ଟଙ୍କିଆ, ବ୍ରାଣ୍ଡ ପଚାରନି.. ଲୋକଲ ।’ ଏହାପରେ ଆହୁରି କେତେ ୟୁଜର୍ସ ସ୍ମୃତିଙ୍କୁ ‘ଲୋକଲ ଫର ଭୋକାଲ’ର ସମର୍ଥକ ବୋଲି କହି ଦେଇଛନ୍ତି ।

Share